ଶ୍ରେୟ ତରଙ୍ଗ ( ବ୍ୟୁରୋ ): ଓଡ଼ିଆ ପ୍ରଚ୍ଛଦପଟ୍ଟ ଗାୟକ ହ୍ୟୁମାନ ସାଗର ଙ୍କ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୩୫ ବର୍ଷ ହୋଇଥିଲା । ହ୍ୟୁମାନ ଙ୍କ ମୃତୁ ଖବର ପରେ, ଓଡ଼ିଆ ସିନେ, ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଗଲା ବୋଲି, ବହୁ ସିନେ ତାରକା, ସାଥୀ କଳାକାର ଓ ଦର୍ଶକ ମାନେ କହିଛନ୍ତି । ପ୍ରେମ, ଦୁଃଖ, ରୋମାନ୍ସ ଗୀତ ଗାଇ ସବୁବେଳେ ଯୁବ ପିଢ଼ିଙ୍କ ପ୍ରଥମ ପସନ୍ଦ ହ୍ୟୁମାନ ଙ୍କ ଲିଭର, କାମ କରୁନଥିବା ବେଳେ, ଧିରେ ଧୀରେ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଅକାମୀ ହୋଇ ପଡ଼ିଥିଲା । ଗତକାଲି ରାତି ୯.୮ ମିନିଟ ରେ ତାଙ୍କର ପରଲୋକ ହୋଇଥିଲା ଓ ରାତି ୧୧ ଟା ସମୟରେ କଟକ ବାସଭବନ କୁ ନିଆଯାଇଥିଲା । ଆଜି ହ୍ୟୁମାନ ଙ୍କ ମର ଶରୀର କୁ ଜନ୍ମ ମାଟି ଟିଟିଲାଗଡ଼ ଦେବନ୍ତପଡ଼ା ଗ୍ରାମକୁ ନିଆଯାଉଥିବା ବେଳେ, ଖ୍ରୀଷ୍ଟିଆନ ସମ୍ପ୍ରଦାୟର ରୀତିନୀତି ପରମ୍ପରା ଅନୁସାରେ,

ଓଡ଼ିଶାରେ ଆଗଧାଡିର ପ୍ରଚ୍ଛଦପଟ୍ଟ ଗାୟକ ହିସାବ ରେ ଅନେକ ସୁନାମ, ଅର୍ଥ ରୋଜଗାର କରିଥିଲେ ମଧ୍ୟ, ଶ୍ରୀଜଗନ୍ନାଥ ଙ୍କ ଭଜନ ନ ଗାଇବା, ତାଙ୍କୁ ବିବାଦ ମଧ୍ୟକୁ ଟାଣି ଆଣିଥିଲା । ସନୁନିଗମ୍, ଅନୁରୋଧ ପଡୁୱାଲ, କିଶୋର କୁମାର, ମହମ୍ମଦ ରଫି, ଙ୍କ ଭଳି ବଲିଉଡ୍ ର ଆଗଧାଡିର କଣ୍ଠଶିଳ୍ପୀ ମାନେ ଜଗନ୍ନାଥ ଙ୍କ ଭଜନ ଗାଈ ଓଡ଼ିଶାରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କିନ୍ତୁ ଓଡ଼ିଶା ହୋଇଥିବା ବେଳେ, ଖ୍ରୀଷ୍ଟିଆନ ସଂପ୍ରଦାୟ ର ହୋଇଥିବାରୁ ଜଗନ୍ନାଥ ଙ୍କ ଭଜନ ନ ଗାଇବା ତାଙ୍କ ପାଇଁ ଏକ ବଡ଼ ବିବାଦ ହୋଇଥିଲା ।

୨୦୧୨ ମସିହାରେ ଆୟୋଜିତ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ ଭଏସ ଅଫ ଓଡ଼ିଶା ରେ ବିଜୟ ମୁକୁଟ ପିନ୍ଧିଥିଲେ । ୨୦୧୪ ମସିହାରେ ପ୍ରଥମେ ଓଡ଼ିଆ ସିନେମା ପାଇଁ କଣ୍ଠ ଦାନ କରିଥିଲେ । ୨୦୧୫ ରୁ ୨୦୨୫ ମାତ୍ର ଦଶ ବର୍ଷରେ ସେ ଓଡ଼ିଶାରେ ଲୋକ ପ୍ରୀୟତା ହାସଲ କରିବାରେ, ଶୀର୍ଷ ସ୍ଥାନରେ ପହଞ୍ଚିଥିଲେ । ଯୁବପିଢି ଙ୍କ ପ୍ରଥମ ପସନ୍ଦ ଥିଲେ ହ୍ୟୁମାନ । କିନ୍ତୁ ଖ୍ରୀଷ୍ଟ ଭଗବାନ ଯୀଶୁ ଙ୍କ ପାଇଁ ଅନେକ ଗୀତ ଗାଉଥିବା ବେଳେ, ଓଡ଼ିଆଙ୍କ ଆରାଧ୍ୟ ଦେବତା, ଜଗନ୍ନାଥ ଙ୍କ ଭଜନ ନ ଗାଇବା, ବାଣୀକଣ୍ଠ ଙ୍କ ସଙ୍ଗୀତ କୁ ନେଇ ଇଙ୍ଗିତ କରିଥିବାରୁ ହ୍ୟୁମାନ ଓ ସମ୍ବଲପୁରୀ କଣ୍ଠ ଶିଳ୍ପୀ ରୁକୁସୁନା ବିବାଦରେ ରହିଥିଲେ ।

