ଶ୍ରେୟ ତରଙ୍ଗ, କନ୍ଧମାଳ ( କାହ୍ନା ପଟ୍ଟନାୟକ)
କନ୍ଧମାଳ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବରାଳଦେବୀ ଙ୍କ ନିକଟରେ ଅତି ଧୂମଧାମରେ ପାଳନ ହୋଇ ଯାଇଛି ନୁଆଁଖାଇ ପର୍ବ । ପୂର୍ବର ରୀତିନୀତି ଅନୁସାରେ ମା ଙ୍କ ପାଖରେ ତିଆରି ହୋଇଥାଏ ନବାର୍ଣ୍ଣ ପ୍ରସାଦ । ମାଙ୍କର ମୁଖ୍ୟ ପୂଜକ ତାକୁ ପରାମ୍ପରା ଅନୁସାରେ ନୁଆଁ ମାଟି ହାଣ୍ଡି ରେ ତିଆର କରନ୍ତି

. ମାଙ୍କ ପ୍ରସାଦ ତିଆରି ସମୟରେ ମୁହଁରେ ଗାମୁଛା ବାନ୍ଧି କାହାକୁ ନ ଛୁଇଁ କାହା ସହିତ କଥା ବାର୍ତ୍ତା ନକରି ନିଷ୍ଠା ପର ସହିତ ତିଆରି କରିବା କୁ ପଡିଥାଏ ବୋଲି ଯାହା ପୂର୍ବପୁରୁଷ ମାନେ କହିଥିବା ଶୁଣିବାକୁ ମିଳିଛି. ନୂଆଖାଇ ପର୍ବ ଥିବାରୁ ଆଜି ମାଙ୍କ ମନ୍ଦିରରେ ପ୍ରବଳ ଭକ୍ତ ଭିଡ଼ ଥିବା ଦେଖିବାକୁ ମିଳିଥିଲା କାରଣ ବହୁ ଦୂରଦୂରାନ୍ତରୁ ଭକ୍ତ ମାନେ ସକାଳୁ ଆସି ମାଙ୍କ ଦର୍ଶନ କରି ଉତ୍କଣ୍ଠା ର ସହିତ ଅପେକ୍ଷା କରିରହିଥାନ୍ତି ମାଙ୍କ ନିକଟରେ ନୁଆଁ ଖାଇ ଭୋଗ ଲାଗିହେଲେ ଆସିଥିବା ସମସ୍ତ ଭକ୍ତ ଟିକେ ମା ଙ୍କ ପ୍ରସାଦ ମିଳିଗଲେ ଆନନ୍ଦ ର ସହିତ ନିଜ ପରିବାର ପାଖରେ ପହଞ୍ଚି ସମସ୍ତଂକୁ ଖୁଆଇ ଦେବେ ଏବଂ ପରସ୍ପର ମଧ୍ୟରେ ଥିବା ମୋନାମାଳିନ୍ୟ କୁ ଭୁଲି ନୂଆଖାଇ ଜୁହାର କରନ୍ତି ବୋଲି ମନ୍ଦିରର ମୁଖ୍ୟ ପୂଜକ ଶ୍ରୀ ଜଗଦିଶ ଦେହୁରୀ ମତାମତ ରଖିଛନ୍ତି.

ଏହା ସହିତ ମା ଙ୍କ ମନ୍ଦିର କୁ ପରିଚାଳିତ କରୁଥିବା ମାଂ ବରାଳ ଦେବୀ ମନ୍ଦିର ପରିଚାଳନା କମିଟି ମୁଖ୍ୟ ପରିଚାଳକ ତଥା ସଭାପତି ଚିତ ରଞ୍ଜନ ପ୍ରଧାନ. ସମ୍ପାଦକ ସଞ୍ଜୟ କୁମାର କଂହର. କୋଷଧ୍ୟାକ୍ଷା ଅନ୍ତର୍ଯ୍ୟମି କଂହର.ମନ୍ଦିର ପୁରୋହିତ ନାରାୟଣ ଆଚର୍ଯ୍ୟା.ଓ ମନ୍ଦିର ପୂଜକ. ଅଭୟ ଦେହୁରୀ. ରଥ ଦେହୁରୀ. ଲଳିତ ଯାନୀ.ଉପଦେଷ୍ଟା ମଣ୍ଡଳୀ ଓ ସଭ୍ୟ ସେବାୟତ. ନଟବର ନାୟକ. ଉଦ୍ଧବ ବିଶୋଇ. ଦିଲୀପ କୁମାର ଦଳ ବେହେରା.ସେବକାରୀ ବୃନ୍ଦ ଯଥା. ଗୋପାଳ. ମଶାଲଧାରୀ. ବେହେରା. ପ୍ରଧାନ.ବିନ୍ଧାଣି. ସେଠି. ସାହାଣୀ. ବେହେରା. ଏବଂ ଜିଲ୍ଲା ବାହାରୁ ଆସିଥିବା ବିଭିର୍ଣ୍ଣ ଗାଁ ଗଣ୍ଡାରୁ ଆସିଥିବା ମା ଭଉଣୀ ବାପା ଭାଇ ସମସ୍ତେ ମିଳିମିଶି ଆନନ୍ଦ ର ସହିତ ଆଜି ମା ଙ୍କ ନୂଆଖାଇ ପର୍ବକୁ ଅତି ଧୂମଧାମ ର ସହିତ ପାଳନ କରିଥିବା ଦେଖିବାକୁ ମିଳିଛି ।

