ଶ୍ରେୟ ତରଙ୍ଗ ( ବ୍ୟୁରୋ) : ଉଭୟ ବିଜେପି ଓ କଂଗ୍ରେସ ର ବନ୍ଧୁମିଳନ ଉତ୍ସବ ତଥା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଗୋଚ୍ଛାପଡ଼ା ରେ ବିଜେପି ର ବନ୍ଧୁ ମିଳନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ, ଲୁଇଶିଂ ଅଞ୍ଚଳ ରେ କଂଗ୍ରେସ ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ, ବିଜେଡି ଓ କଂଗ୍ରେସ ଦଳ ଛାଡି ଶତାଧିକ ପୁରୁଷ ଓ ମହିଳା ବିଜେପି ଦଳ ରେ ସାମିଲ ହୋଇଛନ୍ତି। ଆଦିବାସୀଙ୍କ ଭଗବାନ ବିର୍ସା ମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ପରେ, କେନ୍ଦ୍ର ଓ ରାଜ୍ୟ ସରକାର କରିଥିବା ଯୋଜନା ର ଲାଭ ଏବେ କନ୍ଧମାଳ ଜିଲ୍ଲାର ଆଦିବାସୀ ଭାଇ ଭଉଣୀ ମାନେ ପାଉଛନ୍ତି । ତେଣୁ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ଜିଲ୍ଲା ସଭାପତି ପଣ୍ଡିତ ବିଶି ମାଝୀ ଓ ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି ଙ୍କ ସମେତ, ସାଂସଦ ଙ୍କ ଫିରିଙ୍ଗିଆ ବ୍ଲକ୍ ପ୍ରତିନିଧି ଗୋଲକ ବିହାରୀ କହଁର, ପୂର୍ବତନ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା, ବରିଷ୍ଠ ଆଇନଜୀବି ଅଜିତ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ସଂଜିତ୍ ମଣ୍ଡଳ, ପ୍ରମୁଖ ଉପସ୍ଥିତ ଥିଲେ । ଗୋଚ୍ଛାପଡ଼ା ମଣ୍ଡଳ ର ୧୨ ଗୋଟି ପଞ୍ଚାୟତ ର ୨୭୦ ଜଣ ପୁରୁଷ, ମହିଳା, ଓ ଯୁବକ କର୍ମୀ ଉଭୟ କଂଗ୍ରେସ ଓ ବିଜେଡି ଦଳ ଛାଡି ବିଜେପିର ଯୋଗଦେଇଛନ୍ତି । ବିଧାୟକ ଓ ଉପସ୍ଥିତ ନେତା ସମସ୍ତ କର୍ମୀ ମାନଙ୍କୁ ଦଳୀୟ ଉତରୀ, ଟୋପି ପିନ୍ଧାଇ ସ୍ବାଗତ କରିଥିଲେ

ସେହିଭଳି, କଂଗ୍ରେସ ଦଳର ଫୁଲବାଣୀ ବିଧାଇକା ପାର୍ଥି ଶ୍ରୀମତୀ ପ୍ରତିଭା କହଁର ଙ୍କ ନେତୃତ୍ୱରେ, ଜିଲ୍ଲା ଶ୍ରମିକ ନେତା ଘନ ଶବର ଙ୍କ ନେତୃତ୍ୱ ରେ ୫ ଖଣ୍ଡ ପଞ୍ଚାୟତ ର ଶତାଧିକ କର୍ମୀ ଯୋଗ ଦେଇଥିଲେ । ପୂର୍ବତନ କଂଗ୍ରେସ ବିଧାୟକ ଅଭିମନ୍ୟୁ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ । ବର୍ତ୍ତମାନ କଟ୍ରିଙ୍ଗିଆ ପଞ୍ଚାୟତ ସରପଞ୍ଚ ତଥା କଂଗ୍ରେସ ନେତ୍ରୀ ଗତ ସାଧାରଣ ନିର୍ବାଚନ ରେ ଫୁଲବାଣୀ ବିଧାନସଭା ରୁ ଲଢ଼ିଥିଲେ । ନିଜର ରାଜନୈତିକ ଜ୍ଞାନର ପରିଚୟ ଦେଇ ସମସ୍ତଙ୍କ ପ୍ରିୟ ହୋଇ ପାରିଥିଲେ । କଂଗ୍ରେସ ଦଳକୁ ଆଗକୁ ନେଇ ଫୁଲବାଣୀ ରେ ସ୍ବପ୍ନ ଦେଖିଥିବା ପ୍ରତିଭାଙ୍କ ସ୍ବପ୍ନ କୁ ପୁରାଣ କରିବା ପାଇଁ, ବିଜେଡି ଛାଡ଼ି ବହୁ କର୍ମୀ, ପୁରୁଷ, ମହିଳା କଂଗ୍ରେସ ରେ ସାମିଲ ହୋଇଥିବା କହିଛନ୍ତି ।

ଉଭୟ କଂଗ୍ରେସ ଓ ବିଜେପି ରାଜନୈତିକ ସଭା ଗୋଟିଏ ଅଞ୍ଚଳ ରେ କରିଥିବା ବେଳେ, ଜିଲ୍ଲା ବ୍ୟାପି ଆଲୋଚନା ହୋଇଥିଲା ।

