ବାଲିଗୁଡା : (ଶ୍ରେୟ ତରଙ୍ଗ, ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ବ୍ଲକ ସାରଙ୍ଗଡ଼ ଥାନା ଅନ୍ତର୍ଗତ ବଣ୍ଡଗୁଡ଼ା ନିକଟସ୍ଥ କାଣିବାରୁଡ଼ି ଛକ ନିକଟରେ ଏକ ବାଇକ ଦୁର୍ଘଟଣା ଘଟି ଜଣେ ପୁଅ ଓ ଝିଅ ଙ୍କର ମୃତୁ ଘଟିଛି ।

ସୂଚନା ଅନୁସାରେ, ଫୁଲବାଣୀ ରୁ ଜଣେ ପୁଅ ଓ ଝିଅ ଏକ କେଟିଏମ୍ ବାଇକ ରେ ସାରଙ୍ଗଗଡ ଦେଇ ଗୁଟିଙ୍ଗିଆ ଯାଉଥିବା ବେଳେ, ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛକୁ ଧକ୍କା ଦେଇଥିଲେ । ଦୁର୍ଘଟଣା ଏତେ ଜୋର୍ ହୋଇଥିଲା ଜେ, ବାଇକ୍ ର ଆଗ ଚକ ବାହାରି ଯାଇ ରିମ ଅଲଗା ହୋଇ ଯାଇଥିଲା । ଘଟଣା ସ୍ଥଳ ରେ ବାଇକ୍ ଚାଳକ ଯୁବକ ଙ୍କ ମୃତୁ ହୋଇଥିବା ବେଳେ, ପଛରେ ବସିଥିବା ଝିଅ ଜଣକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଯୁବକଙ୍କ ସହାୟତା ରେ ଉଦ୍ଧାର କରାଯାଇ ଅଧିକ ଚିକିତ୍ସା ନିମନ୍ତେ ପ୍ରଥମେ ସରଙ୍ଗଡ, ପରେ ଫୁଲବାଣୀ ଆଣୁଥିବା ବାଟରେ, ମୃତୁ ବରଣ କରିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବହୁତ୍ ଜୋର୍ ରେ ବାଇକ୍ ଚଳାଇଥିଲେ ଯୁବକ ଜଣକ ।


