ଶ୍ରେୟ ତରଙ୍ଗ ( ବ୍ୟୁରୋ ) : ଭାପୁର ସତସଙ୍ଗ କେନ୍ଦ୍ର ର ତୃତୀୟ ବାର୍ଷିକ ଉତ୍ସବ ଓ ଶ୍ରୀ ଶ୍ରୀ ଠାକୁର୍ ଅନୁକୂଳ ଚନ୍ଦ୍ର ଙ୍କ ୧୩୮ ତମ ଜନ୍ମ ମହା ମହୋତ୍ସବ୍ ଦିବସ ବ୍ୟାପି, ଭାପୁର ଦୁର୍ଗା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତ ରୁ ବେଦ ମାଙ୍ଗଳିକ, ଉଷା କୀର୍ତ୍ତନ ପରେ, ସକାଳ ପ୍ରାର୍ଥନା, ସଦ୍ ଗ୍ରନ୍ଥ ପାଠ, ହୋଇଥିଲା । ସୁ ସଜ୍ଜିତ ରଥ ରେ, ଭାପୁର ବଜାର ନଗର କୀର୍ତ୍ତନ ପରିକ୍ରମା ହୋଇ ସାରିବା ପରେ, ଦିନବେଳେ ଦିବ୍ୟ ସତସଙ୍ଗ ଆୟୋଜନ ହୋଇଥିଲା

। ଭଜନ, କୋରସ, କୀର୍ତ୍ତନ ପରେ ଆଲୋଚନା ହୋଇଥିଲା । ପ୍ରାରମ୍ଭିକ ସୂଚନା ଶ୍ରୀ ପ୍ରବୀର୍ ପୃଷ୍ଟି ଦେଇଥିଲେ । ପରେ ଠାକୁରଙ୍କ ସହ ପ୍ରତି ରିତ୍ୱିକ ପବିତ୍ର ମେକାପ, ଦୀପକ ରାଜଗୁରୁ , ମନୋଜ ରାଉତ ଆଲୋଚନା ରଖି, ଠାକୁରଙ୍କ ଦିବ୍ୟ ଲୀଳା ,କିଭଳି ଆମ ମାନଙ୍କୁ ରକ୍ଷା କରନ୍ତି, ପ୍ରସଙ୍ଗ ରେ ଆଲୋଚନା କରିଥିଲେ । ନୟାଗଡ଼ ଜିଲ୍ଲାର ବରିଷ୍ଠ ସହ ପ୍ରତି ତିତ୍ୱିକ ଦୁଃଶାସନ ସାହୁ ସତସଙ୍ଗ ପରିଚାଳନା କରିଥିଲେ । ସତସଙ୍ଗ ପରେ, ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଭାପୁର, ଖଣ୍ଡପଡ଼ା ସହ ନୟାଗଡ଼ ଜିଲ୍ଲା ଓ ପଡୋଶୀ କଳାପଥର, ବାଙ୍କୀ, ବୋଲଗଡ଼, ପ୍ରଭୁତି ଅଞ୍ଚଳ ରୁ ଶତାଧିକ ଗୁରୁଭାଈ ମା ମାନେ ଯୋଗ ଦେଇଥିଲେ । ଭାପୁର ସତସଙ୍ଗ କେନ୍ଦ୍ର ର ଗରୁଭାଇ, ଓ ମା ମାନେ ଦିବ୍ୟ ସତସଙ୍ଗ ଆୟୋଜନ କରିଥିଲେ ।

