(ଶ୍ରେୟ ତରଙ୍ଗ ବ୍ୟୁରୋ) : ଶରଣକୁଳ ବିବାଦୀୟ ଆଇଆଇସି ସୁଜିତ୍ କୁମାର ଦାସ ଙ୍କୁ ଗୃହ ବିଭାଗ ତରଫରୁ ନିଲମ୍ବିତ କରାଯାଇଛି । ଡିଜିପି ଅଫିସ ରୁ ଚିଠି ଦ୍ୱାରା ଘୋଷଣା କରାଯାଇଛି ।

ଶରଣକୁଳ ଥାନା, ଗୋଡ଼ିପଡ଼ା ଫାଣ୍ଡି ଅଞ୍ଚଳ ର ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ସହାୟତା ଦେବା ଆଳରେ ଦୁଷ୍କର୍ମ କରିଥିଲେ । ଯାହାକୁ ନେଇ ଉକ୍ତ ମହିଳା ନ୍ୟାୟ ଭିକ୍ଷା କରିବା ସହ, ଏସପି ଙ୍କ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଏସପି ତୁରନ୍ତ ସୁଜିତ୍ ଦାସଙ୍କୁ ଆଇଆଇସି ପଦବୀ ରୁ ନିଲମ୍ବତି କରି ଜିଲ୍ଲା ମୁଖ୍ୟାଳୟ କୁ ବଦଳି କରିଥିଲେ । ଆଜି ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଙ୍କ ନିର୍ଦ୍ଦେଶ କ୍ରମେ ନିଲମ୍ବିତ କରାଯାଇଥିବା ଚିଠି ରୁ ସ୍ପଷ୍ଟ ଜଣାପଡ଼ିଛି । ଏଥିସହ କଟକ କେନ୍ଦ୍ରାଞ୍ଚଳ ଆଇଜି ଙ୍କ ଅଫିସ୍ ରେ ନିଲମ୍ବିତ ସମୟ କାର୍ଯ୍ୟ କରିବେ ।

