କନ୍ଧମାଳ (ଶ୍ରେୟ ତରଙ୍ଗ ବ୍ୟୁରୋ):
ଗଞ୍ଜେଇ ଚାଷରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଥିବା ଅଭିଯୋଗରେ ବିପୁଳ ପରିମାଣର DAP ସାର ଜବତ କରିଛି ବାଲିଗୁଡ଼ା ପୁଲିସ। ସୂଚନା ଆଧାରରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ୩୫ ଟନ୍ (୭୦୦ ବସ୍ତା) ଅନଧିକୃତ DAP ସାର ଜବତ କରାଯାଇଛି। ଏହି ସାର ବେଆଇନ ଗଞ୍ଜେଇ ଚାଷରେ ବ୍ୟବହାର ପାଇଁ ଯାଉଥିବା ସନ୍ଦେହ କରାଯାଉଛି। ଘଟଣାକୁ ନେଇ ବାଲିଗୁଡ଼ା ଥାନାରେ କେସ୍ ନମ୍ବର ୨୧୯/୨୬ ରୁଜୁ ହୋଇଛି। BNS ଧାରା ୩୧୮(୪)/୩୦୩(୨) ସହିତ Essential Commodities Act, 1955ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ମାମଲାରେ M/s Maa Sabitri Agro Agencyର ମାଲିକ ଏବଂ ଟ୍ରକ୍ ଚାଳକଙ୍କୁ ଅଭିଯୁକ୍ତ କରାଯାଇଛି।
ପୁଲିସ ସମ୍ପୃକ୍ତ ଗୋଦାମକୁ ମଧ୍ୟ ସିଜ୍ କରିବା ସହ OD-07-R-5253 ନମ୍ବର ବିଶିଷ୍ଟ ଟ୍ରକ୍କୁ ଜବତ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

