ଶ୍ରେୟ ତରଙ୍ଗ, କନ୍ଧମାଳ ( କାହ୍ନା ପଟ୍ଟନାୟକ ) ଦୁଇ କ୍ଵିଣ୍ଟାଲ ଗଞ୍ଜେଇ ସହ ଦୁଇ ଗାଡି ଜବତ, ଜଣେ ଗିରଫ ହୋଇଥିବା ବେଳେ, ଜଣେ ଫେରାର ହୋଇଯାଇଛି। ଅବକାରୀ ବିଭାଗ ଦ୍ୱାରା ଦୁଇଟି ସ୍ଥାନରୁ ଦୁଇଟି ଗାଡି ଜବତ କରାଯାଇଛି । ଦୁଇ କୁଇଣ୍ଟାଲ ତିରିଶ କେଜି ଗଞ୍ଜେଇ ଜବତ ସହ ଘଟଣା ସ୍ଥଳରୁ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟଜଣେ ଗାଡି ଛାଡି ଫେରାର ହୋଇଥିବା ସୂଚନା ମିଳିଛି l

ସୂଚନା ଅନୁସାରେ ଅବକାରୀ ସୁପରିଟେଣ୍ଡ ସୁଶାନ୍ତ କୁମାର ପାଢ଼ୀ ଙ୍କ ନିର୍ଦେଶ କ୍ରମେ ରାଣୀପଥର ଘାଟିରେ ପେଟ୍ରୋଲଙ୍ଗି କରୁଥିବା ବେଳେ ଏକ ଡାଲା ବୋଲେରୋ ପିକପ କୁ ଅଟକାଇଥିଲେ । ପିକପ ବୋଲେରୋ ରୁ ଦୁଇ କୁଇଣ୍ଟାଲ ଗଞ୍ଜେଇ ବସ୍ତା ଜବତ୍ କରାଯାଇଛି । ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ପିକପ୍ ଡ୍ରାଇଭର ଗୋଛାପଡା ଥାନା କୁନ୍ଦାଲି ଗାଁର ଅଶୋକ କହଁର କୁ ଘଟଣା ସ୍ଥଳରୁ ଗିରଫ କରିବା ସହ ଡାଲା ଗାଡି କୁ ଜବତ କରିଥିଲେ ।

ସେହିଭଳି ଅବକାରୀ ବିଭାଗ ସୁଦୃକୁମ୍ପା ପଞ୍ଚାୟତ ର କ୍ରାଣ୍ଡିମାସ୍କା ନିକଟ ରାସ୍ତାରେ କ୍ରେଟା କାରର ଡ୍ରାଇଭର ଅବକାରୀ ବିଭାଗ ଓ ପୁଲିସକୁ ଦେଖି ରାସ୍ତା ଉପରେ ଗାଡି ଛାଡି ଫେରାର ମାରିଥିବା ବେଳେ କ୍ରେଟା ଗାଡିରୁ ତିରିଶ କେଜି ଗଞ୍ଜେଇ ସହ ଗାଡି ଜବତ କରିଛନ୍ତି ଅବକାରୀ ବିଭାଗ l ସଦର ଅବକାରୀ ଏବଂ ଆଦର୍ଶ ଅବକାରୀ ଥାନାରେ ଦୁଇଟି ପୃଥକ ଗଞ୍ଜେଇ ଚାଲାଣ ସମ୍ପର୍କିତ ମାମଲା ରୁଜୁ କରି ଗିରଫ ଗଞ୍ଜେଇ ଚାଲାଣ କାରୀ କୁ କୋର୍ଟ ଚାଲାଣ କରାଯାଇଛି ।

ଗଞ୍ଜେଇ ଚାଲାଣ ଘଟଣା କୁ ନେଇଁ ଅବକାରୀ ସୁପରିଟେଣ୍ଡ ସୁଶାନ୍ତ କୁମାର ପାଢ଼ୀ ଏକ ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି l ଏହି ପ୍ରେସ ମିଟ ରେ ଡେପୁଟି ସୁପରିଟେଣ୍ଡ, ପବିତ୍ର ମୋହନ ମାଝୀ, ଅବକାରୀ ଇନିସ୍ପେକ୍ଟର ବିନୋଦ ବାସ୍କେ, ଅବକାରୀ ଏସ ଆଇ ଭକ୍ତ ଚରଣ ସ୍ୱାଇଁ ଉପସ୍ଥିତ ଥିଲେ l

