ଶ୍ରେୟ ତରଙ୍ଗ ( ବ୍ୟୁରୋ ) ଭୁବନେଶ୍ୱର :
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ମେଗା ରକ୍ତଦାନ ଶିବିରରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଭୁବନେଶ୍ୱର IDCO ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ଶିବିରରେ ଗୋଟିଏ ଦିନରେ, ଗୋଟିଏ ସ୍ଥାନରେ ଏବଂ ଗୋଟିଏ ଶିବିର ମାଧ୍ୟମରେ ୮ ହଜାର ୮୧୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଏହି ସଫଳତାକୁ World Book of Records, London ପକ୍ଷରୁ ସ୍ୱୀକୃତି ଦିଆଯାଇଥିବା ଏବଂ ଏକ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ଦଳୀୟ ମନ୍ତ୍ରୀ, ବିଧାୟକ ନେତା ଓ କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ରକ୍ତଦାନ ଭଳି ସାମାଜିକ ସେବା ମାଧ୍ୟମରେ ଦେଶ ଓ ସମାଜ ପାଇଁ ଯୁବପିଢ଼ି ଆଗକୁ ଆସିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହଛନ୍ତି । ସମସ୍ତ ରକ୍ତ ଦାତା, ଯିବା ମୋର୍ଚ୍ଚା ର କର୍ମକାର ମାନଙ୍କୁ ଅଭିଳାଷ ପଣ୍ଡା ଧନ୍ୟବାଦ ଜଣାଇଛନ୍ତି।


