ଶ୍ରେୟ ତରଙ୍ଗ, କନ୍ଧମାଳ,( କାହ୍ନା ପଟ୍ଟନାୟକ) :
ବନ୍ୟଜନ୍ତୁ ଚମଡ଼ାର ବେଆଇନ କାରବାର ନେଇ ବାଲିଗୁଡ଼ାରେ ବନ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ କରାଯାଇ ୨ଟି କଲରାପତରିଆ ବାଘ ଚମଡ଼ା ଜବତ ହୋଇଥିବା ବେଳେ ଜଣେ ବ୍ୟକ୍ତି କି ଗିରଫ କରାଯାଇଛି।

ବନ୍ୟଜନ୍ତୁ ସାମଗ୍ରୀ ବେଆଇନ ଭାବେ ରଖିବା ଓ ବିକ୍ରି ସମ୍ପର୍କରେ ସୂଚନା ମିଳିବା ପରେ ବାଲିଗୁଡ଼ା ବସ୍ଷ୍ଟାଣ୍ଡ ନିକଟରେ ମିଳିତ ସର୍ଚ୍ଚ ଅପରେସନ କରାଯାଇଥିଲା। ଏଥିରେ ରତଙ୍ଗ ଗାଁର ଉତ୍ତମ ମାଝୀଙ୍କୁ ଧରାଯାଇଥିଲା। ତାଙ୍କ ନିକଟରୁ ଦୁଇଟି କଲରାପତରିଆ ଚମଡ଼ା ଜବତ କରାଯାଇଛି।
ବାଲିଗୁଡ଼ା ACF ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ବାଲିଗୁଡ଼ା ରେଞ୍ଜ ଅଧିକାରୀଙ୍କ ସମେତ କେ.ନୂଆଗାଁ, କୋଟଗଡ଼, ତୁମୁଡ଼ିବନ୍ଧ ଓ ବ୍ରାହ୍ମଣୀଗାଁ ରେଞ୍ଜର କର୍ମଚାରୀ ଚଢ଼ାଉରେ ସାମିଲ ହୋଇଥିଲେ।

ଏନେଇ ବାଲିଗୁଡ଼ା ରେଞ୍ଜରେ କେସ୍ ନମ୍ବର ୪୩/୨୦୨୬-୨୭ ରୁଜୁ ହୋଇଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ର ଧାରା ୩୯(ବି), ୪୮(ଏ) ଓ ୪୯(ବି) ଅନୁଯାୟୀ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରହିଛି। ବାଘ ଛାଲ ଚାଲାଣ ରେ କେଉଁମାନେ ସମ୍ପୃକ୍ତ ଅଛନ୍ତି, କିଏ ସବୁ ସାମିଲ ଅଛନ୍ତି ତାହାକୁ ନେଉ ବନବିଭାଗ ର ଏକ ଟିମ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ବାଲିଗୁଡା ଡିଏଫୋ ଘନଶ୍ୟାମ ମହନ୍ତ |


