ନୟାଗଡ, ( ଶ୍ରେୟ ତରଙ୍ଗ ବ୍ୟୁରୋ) :
ନୟାଗଡ ଜିଲ୍ଲା, ଇଟାମାଟି ଥାନା ପ୍ରତାପ ପ୍ରସାଦ ଗାଁରେ ଯୌତୁକ ଦାବି କରି ବୋହୂର ତଣ୍ଟି ଚିପି ମାରି ଦେଇଥିବା ଅଭିଯୋଗ ହୋଇଛି । ଆଡବନ୍ଧ ଗାଁର ଝିଅ ଲକ୍ଷ୍ମୀ ପ୍ରିୟା ବାରିକ ଛ ବର୍ଷ ତଳେ ପ୍ରତାପ ପ୍ରସାଦ ଗାଁର ଦଣ୍ଡୁ ବାରିକ ଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ଝିଅ ଓ ପୁଅ ମଧ୍ୟ ଅଛନ୍ତି । ସବୁବେଳେ ଯୌତୁକ ଜନିତ ନିର୍ଯାତନା ଦେଇ ଆସୁଥିଲେ । ଆଜି ଘର ଭିତରେ ଶାଶୁ ଓ ଶଶୁର ମିଶି ବୋହୂର ତଣ୍ଟି ଚିପି ହତ୍ୟା କରି ଦେଇଥିଲେ । ଏହି ଘଟଣା ରେ ଶାଶୁ ଥାନା ରେ ଅଟକ ରହିଥିବା ବେଳେ, ଶଶୁର, ସ୍ୱାମୀ ଫେରାର ଅଛନ୍ତି ।

