କନ୍ଧମାଳ, ରାଇକିଆ( ରଜତ କୁମାର ନାୟକ ):
ଜୀବନ ଜ୍ୟୋତି ମହାବିଦ୍ୟାଳୟ ରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ଅଧିନରେ ଆତ୍ମ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଯୁକ୍ତ ୩ ଛାତ୍ରୀ ମାନଙ୍କ ନିମନ୍ତେ ଆତ୍ମସୁରକ୍ଷା ତାଲିମର ଉଦଯାପନୀ ଦିବସ ପାଳନ ହୋଇଯାଇଛି l ଉଦଯାପନୀ ଦିବସ ରେ ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଉମାକାନ୍ତ ରଥ ସଭାପତିତ୍ୱ କରିଥିଲେ l

ମୁଖ୍ୟ ଅତିଥି ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ ଆତ୍ମସୁରକ୍ଷା ଉପରେ ଅଭିଭାଷଣ ରଖିଥିଲେ । ସମ୍ମାନିତ ଅତିଥି ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା, ମଣ୍ଡଳ ସଭାପତି ସନ୍ତୋଷ କୁମାର ପାତ୍ର ଯେlଗଦେଇଥିଲେ l ଶକ୍ତିଶ୍ରୀ ସଶକ୍ତିକରଣ ସଂଯୋଜିକା ଅଧ୍ୟାପିକା ମଞ୍ଜୁଳା ସାହୁ, ଆତ୍ମ ସୁରକ୍ଷା ତାଲିମ୍ ମାଷ୍ଟର ଟ୍ରେନର ସୁନେଲି ପଲେଇ ପ୍ରାଧ୍ୟାପକ ଭୁବନ ମୋହନ ସାହୁ,ଅଧ୍ୟାପକ ଦିଲ୍ଲୀପ କୁମାର ନାୟକ, ସୁକାନ୍ତ କୁମାର ନାୟକ,ପ୍ରମୋଦ କୁମାର ନାୟକ, ସାରଙ୍ଗଧରଙ୍କ ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ, ଛାତ୍ରୀ ମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ l ଅଧ୍ୟାପକ ବେଣୁପାଣି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ!

