କନ୍ଧମାଳ,ରାଇକିଆ ଶ୍ରେୟ ତରଙ୍ଗ,( ରଜତ କୁମାର ନାୟକ): ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଅଧ୍ୟକ୍ଷ ଉମାକାନ୍ତ ରଥ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ସାସଂଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା,ସମ୍ମାନିତ ଅତିଥି ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ବିଜେପି ମଣ୍ଡଳ ସଭାପତି ସନ୍ତୋଷ ପାତ୍ର ଯେ।ଗଦେଇ ଥିଲେ। ଓଡ଼ିଆ ବିଭାଗ ସଂଯୋଜିକା ଅଧ୍ୟାପିକା ଲିଜାଲିନ୍ ଭୋଇ ସଂଯୋଜନା କରିଥିଲେ।

ମୁଖ୍ୟବକ୍ତା ଭାବେ ରାଜନୀତି ବିଜ୍ଞନ ଅଧ୍ୟାପକ ବେଣୁ ପାଣି ମହାପାତ୍ର ଛାତ୍ରଛାତ୍ରୀ ନିଜକୁ ସମାଜ ସେବାରେ ନିଜକ ସାମିଲ୍ କରିବା ପାଇଁ ଆହ୍ୱାନ ଦେଇଥିଲେ ।କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ସମୁହ ଉପସ୍ଥିତ ଥିଲେ। ଶେଷରେ ବରିଷ୍ଠ ଅଧ୍ୟାପକ ମଞ୍ଜୁଳା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

