କନ୍ଧମାଳ, ଶ୍ରେୟ ତରଙ୍ଗ – (କାହ୍ନା ପଟ୍ଟନାୟକ):
ଆଙ୍କର – ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ୍ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସକୁ ମିଳିଛି ବଡ଼ ସଫଳତା । କନ୍ଧମାଳ ଜିଲ୍ଲା ବାଲିଗଡ଼ା ଅଞ୍ଚଳରୁ ବାହାର ରାଜ୍ୟକୁ ଏକ ଏଇଚର ଟ୍ରକ(କଣ୍ଟେନର)ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କଳାହାଣ୍ଡି -କନ୍ଧମାଳ ଜିଲ୍ଲା ସିମାନ୍ତ ଖମନପଡ଼ା ଗାଁ ନିକଟସ୍ଥ ବାଣ୍ଡିକିଆ ଛକରେ ମାଡ଼ି ବସିଲା ପୋଲିସ୍ । ୧୧୪୦ କେଜି ଗଞ୍ଜେଇ ସହ ଟ୍ରକ୍ ଜବତ କରିବା ସହିତ ଜଣକୁ ଗିରଫ କରିଛି ପୋଲିସ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୧୪ ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ ବାଲିଗୁଡ଼ା ଥାନା ପାଲୁଙ୍କିଆ ଗ୍ରାମର ୨୮ ବର୍ଷୀୟ ଯୁବକ ମୋହିତ ଦିଗାଳ ହୋଇଥିବା ଜଣାପଡ଼ିଛି ।

