ଓଡ଼ଗାଁ, ଶ୍ରେୟ ତରଙ୍ଗ(ବ୍ୟୁରୋ):
ନୟାଗଡ ଜିଲ୍ଲା ଓଡ଼ଗାଁ ରଘୁନାଥ ଙ୍କ ପୀଠରେ ସୁନିଆ ପର୍ବ ଅନୁଷ୍ଠିତ ହୋଇଯାଇଛି। ରଘୁନାଥଙ୍କ ନିତିକନ୍ତି ଅନୁସାରେ, ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶ ତିଥିରେ ବାମନ ଜନ୍ମ ବା ସୁନିଆ ପର୍ବ ଅନୁଷ୍ଠିତ ହୋଇଥାଏ । ତିନି ଗୋଟି ସୁବର୍ଣ୍ଣ ଥାଳିରେ ମହାପ୍ରଭୁଙ୍କ ପାଖରେ କାକରା ଭୋଗ ଲାଗିଥାଏ ।

ମନ୍ଦିର ବରିଷ୍ଠ ସେବାୟତ ପ୍ରଫୁଲ୍ଲ ମହାପାତ୍ରଙ୍କ କହିବା ଅନୁସାରେ, ଆଜି ସକାଳେ ସମସ୍ତ ନିତିକାନ୍ତି ଅନୁଷ୍ଠିତ ହୋଇଯାଇଛି । ସକାଳେ ବଲ୍ଲଭ ଭୋଗ, ଲାଗି ହୋଇ ସରିଲା ପରେ, ସକାଳ ଧୂପ, ଖେଚେଡ଼ି ଖିରି ଭୋଗ ଲାଗି ହୋଇଥିଲା । ପରେ ସୁନିଆ ପର୍ବ ଅନୁଷ୍ଠିତ ହୋଇଥିଲା । ନୟାଗଡ ଟ୍ରେଜେରୀ ରୁ କଡ଼ା ସୁରକ୍ଷା ଭିତରେ ସୁବର୍ଣ୍ଣ, ବହୁ, ମୁକୁଟ, ପଇତା ଆସି ରଘୁନାଥ ପରିଧାନ କରିଥିଲେ । ତିନିଗୋଟି ସୁବର୍ଣ୍ଣ ଥାଳି ପ୍ରାୟ ତିରିଶ କେଜି ଓଜନ, ସେଥିରେ ତିନି ଠାକୁରଙ୍କ ନିକଟରେ କାକରା ଭୋଗ ଲାଗି ହୋଇଥିଲା । ପରେ, ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ପରମ୍ପରା ଅନୁସାରେ ଆଜି ସେବାୟତ ଓ ଭକ୍ତ ମାନେ ଭେଟି ଦେଇଥିଲେ ତିନି ଠାକୁରଙ୍କୁ ।

ଉପଜିଲ୍ଲାପାଳ ଶ୍ରୀ କର୍ଣାଦେବ ସୋମଦାର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ନୀତି କାନ୍ତି ଅନୁଷ୍ଠିତ ହୋଇଥିଲା । ଓଡ଼ଗାଁ ତହସିଲ ଦାର, ଆଇଆଇସି, ରଘୁନାଥ ମନ୍ଦିର ପରିଚାଳକ ଓ ସମସ୍ତ ସେବାୟତ ଏଥିରେ ସହଯୋଗ କରିଥିଲେ । ସ୍ୱର୍ଣ୍ଣ କଳସ କ୍ଷେତ୍ରରେ ବର୍ଷକୁ ଥରେ ଏହି ବାମନ ଜନ୍ମ ତିଥିରେ ରଘୁନାଥ ସୁବର୍ଣ୍ଣ ବେଶ୍ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ନୟାଗଡ ଜିଲ୍ଲା ସମେତ ଗଞ୍ଜାମ ଖୋର୍ଦ୍ଧା ଜିଲରୁ ଶତାଧିକ ଶ୍ରଦ୍ଧାଳୁ ଠାକୁର ଙ୍କୁ ଦର୍ଶନ କରିଥିଲେ ।

