କନ୍ଧମାଳ, କଳିଙ୍ଗା, ( ଶ୍ରେୟ ତରଙ୍ଗ ବ୍ୟୁରୋ):
ଆଜି ରାତିରେ ଦକ୍ଷିଣ ଓଡ଼ିଶା ବଙ୍ଗୋପ ସାଗର କୂଳରେ ଲ୍ୟାଣ୍ଡ ଫଲ କରିବା ସହିତ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ । ଏଥିସହ ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ ଅଞ୍ଚଳ କୁ ସତର୍କ ସୂଚନା ଜାରି କରିଛନ୍ତି ପାଣିପାଗ ବିଭାଗ ।ଗତ ବର୍ଷ ଲଗାଣ ବର୍ଷା ରେ କଳିଙ୍ଗା ଘାଟିରେ ବଡ଼ ଧରଣର ଭୁସ୍ଖଳନ ହୋଇଥିଲା । ତେଣୁ ପ୍ରବଳ ବର୍ଷାରେ ଧନ ଜୀବନ ସୁରକ୍ଷା ଦୃଷ୍ଟିରୁ କନ୍ଧମାଳ ଜିଲ୍ଲା ପ୍ରଶାସନ କଳିଙ୍ଗା ଘାଟିରେ କଟକଣା ଲଗାଇଛନ୍ତି ।

ଘଟି ରାସ୍ତାରେ ସମ୍ପୂର୍ଣ ଯାନ ବାହାନ ନିଷେଧ କରାଯାଇଛି । ବ୍ୟାରିଗେଡ ଲଗାଇବା ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସମସ୍ତଙ୍କୁ ଅନୁରୋଧ କରାଯାଇଛି, କେହି ଘାଟି ରାସ୍ତା ରେ ନ ଯିବା ପାଇଁ। ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡ଼ିଶା ର ସଂଯୋଗ ର ପ୍ରମୁଖ ସଡ଼କ ହଉଛି ୧୫୭ ନମ୍ବର ଜାତୀୟ ରାଜପଥ, ଯାହା କଳିଙ୍ଗା ଘାଟି ଦେଇ ଯାଇଛି ।


