ନୟାଗଡ଼, ଶ୍ରେୟ ତରଙ୍ଗ ( ବ୍ୟୁରୋ ):
ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ନୟାଗଡ ବ୍ଲକ୍ ସମ୍ମିଳନୀ କକ୍ଷରେ ରାଜ୍ୟ ସ୍ତରୀୟ ବର୍ଷା କବିତା ଆସର ଓ ପଣ୍ଡିତ କୈଳାସ ଚନ୍ଦ୍ର ରଥଙ୍କ ‘ ଶ୍ରୀମଦ୍ ସଂକ୍ଷିପ୍ତ ଭାଗବତ ବୃକ୍ଷ ( ସପ୍ତାକ୍ଷରି ଛାନ୍ଦରେ) ପୁସ୍ତକ ଉନ୍ମୋଚନ ହେବ । ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିବା ସହ ଉଦ୍ଘାଟନ କରିବେ । ନୟାଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ସଭାପତିତ୍ୱ କରିବେ । ବହୁ ସଂଖ୍ୟାରେ କବି, ଲେଖକ, ପାଠକ ଉପସ୍ଥିତ ରହିବା ପାଇଁ ଅନୁଷ୍ଠାନ ର ସମ୍ପାଦକ ପ୍ରଶାନ୍ତ କୁମାର ଦାସ ଅନୁରୋଧ କରିଛନ୍ତି ।



