ଶ୍ରେୟ ତରଙ୍ଗ ( ନୟାଗଡ, ବ୍ୟୁରୋ ) : ନୟାଗଡ ରେ ସାମ୍ବାଦିକ ଭାଇ ମାନଙ୍କୁ ନେଇ ଏକ ଖଟି ର ଆୟୋଜନ କରିଥିଲା କଂଗ୍ରେସ । ନୟାଗଡ ଜିଲ୍ଲା ପ୍ରଭାରୀ ତଥା, ଓଡ଼ିଶା ପିସିସି ଉପ ସଭାପତି ମାନସ ଚୌଧୁରୀ ଉପସ୍ଥିତ ରହି ସମସ୍ତ ସାମ୍ବାଦିକ ମାନଙ୍କ ସହ ଏକ ଖଟି କରି ଆଲୋଚନା କରିଥିଲେ ।

କଂଗ୍ରେସ ଦଳ କଣ କରିଲେ ଉପରକୁ ପୁଣି ଥରେ ଉଠିବ, ଲୋକମାନେ ପୁଣି ଥରେ କଂଗ୍ରେସ ଦଳକୁ ଗ୍ରହଣ କରିବେ, ଲୋକଙ୍କ ପାଖରେ କଂଗ୍ରେସ ପହଞ୍ଚି ପୁଣି ଲୋକ ମାନଙ୍କ ସ୍ୱର ହୋଇ ପାରିବ, ଆଲୋଚନା ହୋଇଥିଲେ । ମାନସ ଚୌଧୁରୀ ଏଥିରେ ପ୍ରଥମେ ସମସ୍ତ ସାମ୍ୟବାଦୀ ମାନଙ୍କ ର ମତାମତ ଲୋଡ଼ିଥିଲେ ।

ରଜତ ପଟ୍ଟନାୟକ, ଅନୱାର ଅଲ୍ଲୀ, ରାମ ରଥ, ବୈଦ୍ୟ ଭୂଷଣ ମହାପାତ୍ର, ନବକିଶୋର ମିଶ୍ର, ଲୋକନାଥ ମିଶ୍ର, ଅନିଲ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ଦେଇଥିଲେ । ଜିଲ୍ଲାରେ କଂଗ୍ରେସ ସମୟରେ ନୟାଗଡ ଚିନିକଳ ପ୍ରତିଷ୍ଠା ହୋଇଥିଲା । ବୃହତ୍ ନଦୀ ବନ୍ଧ ଯୋଜନା ହୋଇଥିଲା, ଯାହାଦ୍ୱାରା ଜିଲ୍ଲାରେ ଚାଷ ଜମିକୁ ପାଣି ମାଡ଼ି ପାରୁଛି । ଜିଲ୍ଲାରେ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ, ସୀତାକାନ୍ତ ମିଶ୍ର, ହରିହର କରଣ ଙ୍କ ଭଳି ନେତା ଥିଲେ, ଯେଉଁମାନେ ବିଗତ ଦିନରେ ଓଡ଼ିଶାରେ ଚର୍ଚ୍ଚିତ ଚେହେରା ମଧ୍ୟ ହୋଇ ପାରିଥିଲେ ଓ କଙ୍ଗ୍ରେସ ର ମଙ୍ଗ ସମ୍ଭାଳି ଥିଲେ । କିନ୍ତୁ ୨୦୦୪ ନିର୍ବାଚନ ପରଠାରୁ ଜିଲ୍ଲାରେ କଂଗ୍ରେସ ସମ୍ପୂର୍ଣ ମୁହିଁ ମାଡ଼ି ପଡ଼ିଛି । ଅନ୍ୟପଟେ ନୟାଗଡ ନିର୍ବାଚନ ମଣ୍ଡଳୀ ରେ ବର୍ତ୍ତମାନ ର ମଙ୍ଗ ଧରିଥିବା ତଥା ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ୍ ଦାସ , ପୂର୍ବତନ ନୟାଗଡ ବିଧାୟକ ବଂଶୀଧର ସାହୁଙ୍କ ସୁପୁତ୍ର ମନୋଜ ସାହୁ, ଙ୍କ କଳି ବା ମନୋ ମାଳିନ୍ୟ କୁ ନେଇ ତୀବ୍ର ଆଲୋଚନା ହୋଇଥିଲା । ଜିଲ୍ଲାରେ କିଭଳି ପୁଣି ଏକାଠି ହେବ, ନୟାଗଡ ଜିଲ୍ଲା ବାସୀଙ୍କୁ ସମସ୍ୟା କୁ ପ୍ରମୁଖ ମୁଦା କରି, ଏହାର ସ୍ୱର ଦିଲ୍ଲୀ ରେ ପହଞ୍ଚିବ, ସେ ନେଇ ସାମ୍ବାଦିକ ମାନେ ନିଜର ମତାମତ ଦେଇଥିଲେ।

ବର୍ତ୍ତମାନ ର ଜେନ୍ ଜି ମାନେ ଆଗକୁ ଆସିଲେଣି, ଏଥିସହ ମୋବାଇଲ ନେଟୱର୍କ ସମସ୍ତଙ୍କ ପାଖରେ ପହଞ୍ଚିବାରୁ, ସମସ୍ତେ ସବୁ ଜିନିଷ ଜାଣିଲେଣି । ପରେ ଆବାହକ ମାନସ ଚୌଧୁରୀ ନିଜର ମତାମତ ଦେଇଥିଲେ । ଦଳରେ ବିଶୃଙ୍ଖଳା କୁ ପ୍ରାଧାନ୍ୟ ଦିଆଯିବ ନାହିଁ । ଘର ଅଛି ମାନେ, କଳି କନ୍ଦଳ ଅଛି, କିନ୍ତୁ ମନାନ୍ତର ରହିବ ନାହିଁ ଦଳରେ । ଯେତେବଡ କଂଗ୍ରେସ ନେତା ହେଉ, ବିଶୃଙ୍ଖଳା କୁ ଗ୍ରହଣ କରାଯିବ ନାହିଁ । ଦଳ ରେ କୌଣସି ଗୃପିଯିମ୍ ରହିବ ନାହିଁ । ପଞ୍ଚାୟତ ସ୍ତରରୁ ପୁଣି କଂଗ୍ରେସ ଆଉଥରେ ତାର ଲଢ଼େଇ ଆରମ୍ଭ କରିବ । ଆସନ୍ତା ଚାରି ମାସ ରେ ଦଳ ପୂର୍ବ ସ୍ଥିତି କୁ ଫେରିବ ବୋଲି, ଦୃଢ଼ୋକ୍ତି ବାଢ଼ିଛନ୍ତି ମାନସ ଦାସ ।

