ନୟାଗଡ ( ଶ୍ରେୟ ତରଙ୍ଗ, ବ୍ୟୁରୋ ) : ନୟାଗଡ ରୋଟାରୀ କ୍ଲବ ପରିସରରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ପ୍ରାର୍ଥନା ପରେ ପରେ ସଙ୍ଗିତାଞ୍ଜଳି ଅନୁଷ୍ଠିତ ହୋଇଥିଲା । ପରେ, ସନ୍ଧ୍ୟା ବିନତି ପ୍ରାର୍ଥନା, ସଦଗ୍ରନ୍ଥ ପାଠ, ଭଜନ, କୋରସ ଓ କୀର୍ତ୍ତନ ପରିବେଷଣ ହୋଇଥିଲା । ପ୍ରତ୍ୟେକ ଜୀବନରେ ଆଦର୍ଶ ପୁରୁଷଙ୍କର ଆବଶ୍ୟକ ରହିଛି । ଯାହାଙ୍କୁ ଦେଖି ମଣିଷ ନିଜକୁ ସତମାର୍ଗ ରେ ନେଇ ସୁନ୍ଦର୍ ମଣିଷ ହୋଇପାରିବ । ନିଜେ ଶାନ୍ତି ସ୍ଵସ୍ତିରେ ଜୀବନ ଅତି ବହୁତ୍ କରିବା ସହିତ, ସାହି ପଡୋଶୀ, ସର୍ବୋପରି ସମାଜ ରେ ଆଦର୍ଶ ମଣିଷ ହୋଇ ପାରିବ । ନୟାଗଡ ସହର ସହ, ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ଶତାଧିକ ଗୁରୁଭାଇ, ମା ମାନେ ସତସଙ୍ଗ ରେ ଉପସ୍ଥିତ ରହିଥିଲେ । ନୟାଗଡ ସହର ବିଶିଷ୍ଟ ଶିକ୍ଷାବିତ୍, ଠାକୁରଙ୍କ ଅନୁପ୍ରାଣିତ ପ୍ରବୀର ପୃଷ୍ଟି ଓ ପରିବାର ସମସ୍ତେ, ସତସଙ୍ଗ ଆୟୋଜନ କରିଥିଲେ । ରୋଟାରୀ କ୍ଳବ୍ ରେ ସତସଙ୍ଗ ଆୟୋଜିତ ହୋଇଥିବାରୁ, ବହୁ ମାନ୍ୟଗଣ୍ୟ, ଶିକ୍ଷାବିତ୍, ସମାଜସେବୀ ସତସଙ୍ଗ ରେ ସାମିଲ ହେବା ସହିତ ପ୍ରସାଦ ସେବନ କରିଥିଲେ।

