ଗଣିଆ, ( ଶ୍ରେୟ ତରଙ୍ଗ ): ଅପରାହ୍ନରେ ଗଣିଆ ନିକଟସ୍ଥ ଆକାଶ ହୋଟେଲ ନିକଟରେ ଏକ ଅଜଣା ଗାଡ଼ି ଧକାରେ ଏକ ଜଙ୍ଗଲୀ ବାରାହାର ମୃତ୍ୟୁ ଘଟିଛି । ଖବର ପାଇ ବନାଂଚଳ ଅଧିକାରୀ ସୁମନ ମାଝୀ, ବନପାଳ ମନୋଜ ପ୍ରଭାକର ସାହୁ ଓ ସନ୍ତୋଷ ପ୍ରଧାନ, ବନରକ୍ଷୀ ବନଶ୍ରୀ ନାୟକ ଓ ପାରାଷ୍ଟାଫ ଘଟଣାସ୍ଥଳରେ ପଂହଚି ମୃତ ବାରାହାଟିକୁ ଉଦ୍ଧାର କରି ବନାଂଚଳ କାର୍ଯ୍ୟାଳୟକୁ ଆଣିଥିଲେ । ପରେ ଗଣିଆ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ । ଅତିରିକ୍ତ ପ୍ରାଣୀଧନ ଚିକିତ୍ସା ଅଧିକାରୀ ରାଜେଶ କୁମାର ସାହୁ ଶବ ବ୍ୟବଛେଦ କରିଥିଲେ । ବାରାହାଟିର ଅନୁମାନିକ ବୟସ ୨ବର୍ଷ ହୋଇଥିବା ବେଳେ ଓଜନ ପ୍ରାୟ ୬୦କି.ଗ୍ରାରୁ ଅଧିକ ହେବ ବୋଲି ବନାଂଚଳ ଅଧିକାରୀ ଶ୍ରୀମତୀ ମାଝୀ ସୁଚନା ପ୍ରଦାନ କରିଥିଲେ । ମୃତ ବାରାହାଟିକୁ ବନାଂଚଳ କାର୍ଯ୍ୟାାଳୟ ପରିସରରେ ପୋତି ଦିଆଯାଇଥିଲା ।

