ଶ୍ରେୟ ତରଙ୍ଗ ( ବ୍ୟୁରୋ ) : ଆଜି ଚା ଖଟିରେ ଚର୍ଚା ଭାବରେ ଆପଣ କବି ଯଦୁମଣି ଙ୍କ ନାମ ଶୁଣିଥିବେ। ଯଦି ନାଁ ଟା ଶୁଣିଥିବେ, ତାହେଲେ ନିଶ୍ଚୟ ଏହି କବିତା ଟି ମନେ ଥିବ,” ଅନ୍ଧ ଦେଶେ ଗଲି ଦର୍ପଣ ବିକି, କନ୍ଧ ହସ୍ତରେ ଦେଲି ଗୋଦାନ ଟେକି,,, ଆଗକୁ ନିଶ୍ଚୟ ମନେ ଥିବ । କବିତ ଆମ ଗହଣରେ ନାହାନ୍ତି, ତାହେଲେ ଏ କଥାଟି କିଆଁ ମନେ ପକେଇଲି ବୋଲି ନିଶ୍ଚୟ ପ୍ରଶ୍ନ କରୁଥିବେ ?

କଥା ହଉଛି, ଗୋଟିଏ ସପ୍ତାହ ଧରି ବିଭିନ୍ନ ଗଣମାଧ୍ୟମ ରେ ଆଲୋଚନା , ସମାଲୋଚନା ହେଉଛି, ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକ୍ ଟାକରା ସରକାରୀ ହାଇସ୍କୁଲ କୁ ନେଇ । ସେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କେଶ ବାବୁ କୁଆଡେ ବିଦ୍ୟାଳୟ ରୁ ପୁରୁଣା ଇନ୍ ଭଟର , ମୂଲ୍ୟବାନ କାଠ, ଜ୍ଞାନ ବିକ୍ରି କରି ଦେଇଛନ୍ତି ବିଦ୍ୟାଳୟ ର କାହାକୁ ନ ଜଣେଇକି । ଖାଲି କଣ ଏତିକି, ଦେଢ଼ ଲକ୍ଷ ଟଙ୍କା ଚଳୁ କରି ଦେଇଛନ୍ତି ବୋଲି ବିଦ୍ୟାଳୟ smc କମିଟି ସଭାପତି ସାହୁ ବାବୁ ଅଭିଯୋଗ କରିଛନ୍ତି । ପ୍ରତି ସପ୍ତାହ ରେ ପ୍ରଧାନ ଶିକ୍ଷକ ବାବୁ କୁଆଡେ ବିଦ୍ୟାଳୟ ରେ ଦୁଇ ଦିନ ରହି, ଚାରି ଦିନ ଛୁଟି ରେ । ପୁଣି ବିଦ୍ୟାଳୟ ରୁ ଗଲାବେଳକୁ ତାଙ୍କ ଧଳା ସ୍ଵିଫିଟ କାର ଡିକି ରେ ଚାଉଳ ବସ୍ତା ଟିଏ ଧରି ଯାଉଛନ୍ତି । କିହୋ ବାବୁ, ଆମେ ପିଲାଙ୍କୁ ପାଠ ପଢେଇବୁ, ଖାଇବା କଥା, ରହିବା କଥା, ସବୁ ବୁଝିବୁ,, ତୁମେ କୁହ ଯିଏ ପାଣି ଭାର ବୋହିବ, ସେ କଣ ଶୋଷ ରେ ମାରିବ କି ? ଠିକ୍,, ଏକଦମ୍ ଠିକ୍ କଥା । ଯଦି ସାରେ ଆମର ଖାଇଦେଲେ,କି ବୋହି ନେଲେ ଅସୁବିଧା କଣ ? ଅସୁବିଧା ଆମର ନାହିଁ ଆଜ୍ଞା, ଓଡ଼ିଆ ରେ ଗୋଟେ କଥା ଅଛି, ନେଇ ଆଣି ଥୋଇ ପାରିଲେ ଚୋରି ବିଦ୍ୟା ଭଲ । ଅବଶ୍ୟ ସାର୍ ଆମର ଫୁଲ ମାହିରି । ଏଇଟା ତାଙ୍କର ପୁରୁଣା ରେକଡ୍। ସାର୍ ଆମର ପାଠ ପଢ଼ା ରେ ପଛେ ତଳ ଆଡୁ ପ୍ରଥମ,କିନ୍ତୁ ଚୋରି କରି ଦାଦାଗିରି କରିବା ରେ ସାର୍ ଆମର କୋଣାର୍କ ଚକ ଟେକିଦେବେ । ଛାଡ ହୋ,, ଏତେ କଥାରୁ ଆମକୁ କଣ ବା ମିଳିବ । ଓଡ଼ିଆରେ ଗୋଟେ କଥା ନାହିଁ, ଖଜୁରୀ ଗଛ ର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ । ସାର୍ ମାନେ କେଶ ବାବୁ କହିବା କଥା,, ହେଇ ହେଇ ଗୋଟେ ଶସ୍ପେଣ୍ଡ ଟେ ହେବ, ନହେଲେ ବଦଳି । ଘରେ ବସିବି ତିନି ମାସ, ଅଧା ଦରମା ନେବି, ୯୦ ଦିନ ରେ ରି ଇନଷ୍ଟିଡ ହେଇ ପୁଣି ବାକି ଦରମା ନେବି ।ଅସୁବିଧା କଣ, ଆଗରୁ ଲାଜ ଲାଗୁଥିଲା,, ଏବେ ଆଉ ଲାଜ କଣ ? ଚାକିରୀ ଜୀବନ ରେ ଯଦି ଥରେ ଅଧେ ଏମିତି ନ ହେବ, ତାହେଲେ ଚାକିରୀ ଜୀବନର କଣ ମଜା ଅଛି ? ସେଇଟା ବି ଠିକ୍ କଥା । ଅବଶ୍ୟ ଯାହାର ବୁଦ୍ଧି,ବିବେକ, ଲାଜ ଥିବ, ସମାଜ ରେ ସାମାଜିକ ପ୍ରାଣୀ ହେଇଥିବ ସେ ଏଭଳି କଥା କହିବନି । ଆଉ ଯିଏ କହିଲା, ସେ ? ,,,,,, ସବୁ ତ ମୁଁ କହିବି ତମେ ଟିକେ ମୁଣ୍ଡ ଖଟାଉନ , ଖାଲି ଖଟ ମୁଣ୍ଡେଇବାକୁ ଥ । ମୋ ପାଟି ତ ଖରାପ । ହଉ ଆମ ଦୁଗାଲୁ ବାବୁ କଣ ଏତିକି ବିଦ୍ୟା ଶିଖୁଛନ୍ତି କି ? ଚୋରି, ନାରୀ, ଜାଲିଆତି ରେ sir ଆମର ଡିଗ୍ରୀ ପାଇଛନ୍ତି । ଆମେ କହୁନୁ ତାଙ୍କ ପୁରୁଣା ରେକଡ୍ କହୁଛି । ଦାରିଙ୍ଗିବାଡି ବ୍ଲକ୍ ରେ sir ଥିଲେ ଯେ, ଭଲ ଖାଇଥିଲେ,, ପରେ ନୟାଗଡ଼ ଜିଲ୍ଲା ନୂଆଗାଁ ଦିମିରିପଲି ଆସିଲେ,, ସେଥି ବି ଭଲ ଖାଇଲେ,, ଅବଶ୍ୟ ସରପଞ୍ଚ ବାବୁ ମଝିରେ ମଝିରେ ଟିକେ ଆସି ମୁହଁ ଉପରେ ଭାଷା ଅଭାସା କହିଥିଲେ, ହେଲେ, ସେ ଗୁଡକୁ କିଏ ପଚାରେ ମ । କଳିଯୁଗ ମାନେ ଗାନ୍ଧୀ ଜିନ୍ଦାବାଦ । ଗାନ୍ଧୀ ଭକ୍ତ ସାର୍ ଆମର । ରାମ,ରାମ,ରାମ, ତୁମେ ସେ ଗାନ୍ଧୀ ଭାବିଲ କି,, ହେ ତାଙ୍କୁ କିଏ ପଚାରେ, ସେ କେବଳ ସେଉ ବୁନ୍ଦି ଖିଆ ଦିବସ ରେ ମନେ ପଡ଼ିବେ ନା । ଅସଲ ଗାନ୍ଧୀ ବୁଝୁଛ ଟି? ,,,, ମଣି,,,,, ମଣି, ମାନେ ଟଙ୍କା ମହାପୁର ବୁଝିଲ । Sir ବି କୁହନ୍ତି,, ସେ ଏକା ଖାଇ ନାହାନ୍ତି,, ସବୁଠି ସାର୍ ତାଙ୍କର କିଛି ସହକର୍ମୀ ଙ୍କୁ ଅଣ୍ଡା ଭାତ ଦେଇ ନିଜ ପଟ ରେ ରଖିଥିବେ,, ଯେମିତି ସେମାନେ ମୁହଁ ଖୋଲି ପାରିବେନି । ଯଦି କିଏ ଖୋଲିଲା,, ସଙ୍ଗେ ସଙ୍ଗେ sir ଆମର ସଚ୍ଚୋଟ ମହାପୁରୁଷ । ନୋଟିସ କରିବେ, ଆକ୍ସନ ପାଇଁ ଚିଠି ଲେଖିବେ । ନିଜେ ଯେମିତି ସତୀ ସାବିତ୍ରୀ,, ଅଠର ଘଇତା ରେ ଗୋଟେ ମାଇପ। ହେଇ,, ଏଇଠି ଗୋଟେ କଥା ମନେ ପଡୁଛି, ବିଜୁ ବାବୁ କୁଆଡେ ଥିଲାବେଳେ ମୁଖିଆ,, କହିଥିଲେ ଦୁର୍ନୀତି ଆ ଲୋକକୁ ଠେଙ୍ଗା ମୁଳି ଦରକାର । ଏଇ କଥାଟା କୁଆଡେ ରଣପୁର ମାଟି ରୁ ସେ ଶିଖିଥିଲେ । ବାଉଁଶ ଠେଙ୍ଗା, ଶଗଡ଼ ଚକ ରେ ବେଜେଲ ଗେଟ୍ ସାହେବ୍ କୁ ମାରି ଦେଇଥିଲେ ଇଂରେଜ ବିରୋଧୀ ଆନ୍ଦୋଳନ କାରୀ ମାନେ । ସେଥିପାଇଁ ପରା, ଜାହାଜ ରେ କୁଆଡେ ହଜାରେ ଠେଙ୍ଗା ବୁହା ହୋଇ ଲଣ୍ଡନ ଯାଇଥିଲା । ଏଇ ଥିଓରୀ ଟା ଯଦି ଆମ ପ୍ରଧାନ sir ଙ୍କ ଉପରେ ପ୍ର।କ୍ଟିକାଲ ହୁଅନ୍ତା, ତାହେଲେ ସେ ସାଇଜ ହୁଅନ୍ତା । ହେ, ଜାଣିନ କି, ମାଡ କୁ ମହାଦେବ ଙ୍କ ଡର। ହେଲେ ବିଲେଇ ବେକରେ ଘାଣ୍ଟି କିଏ ବାନ୍ଧିବ ? ଅବଶ୍ୟ ବାନ୍ଧିବା ଲୋକ ଗୋପ ରେ ବଢୁଛି, କାହିଁକି କହିଲ, ଚୋର ଘର କଣ ସବୁଦିନ ଅନ୍ଧାର ଥାଏ ନା କଣ ? ଯୋଉ ଦିନ ପାପର ପେଡ଼ି ଖୋଲିବ, ହେ,ହେ,ହେ,,,, ଆଜି ପାଇଁ ଚା ଖଟି ରେ ଚର୍ଚ୍ଚା ସେତିକି ଥାଉ,,, ଆଉ ଥରେ ପୁଣି ଭେଟ ହେବା ନା,,
( ଆମର ଏହି,ଲେଖା ସମ୍ପୂର୍ଣ ବ୍ୟଙ୍ଗାତ୍ମକ୍ । କାହାର ମାନ, ସମ୍ମାନ ହାନି କଲା ଭଳି ବା, କରିବା ଆମର ଉଦ୍ଦେଶ୍ୟ ନୁହେଁ । ଯାହା ସମାଜ ରେ ଘଟେ, ଚର୍ଚା ହୁଏ, ତାକୁ କେବଳ ବ୍ୟଙ୍ଗାତ୍ମାକ ଢଙ୍ଗ ରେ ଆମେ ପରିବେଷଣ କରୁ )

