ରଣପୁର (ଶ୍ରେୟ ତରଙ୍ଗ, ଲିସାରାଣି ମହାପାତ୍ର ) ରଣପୁରର ଐତିହ୍ୟ, କଳା, ସଂସ୍କୃତି ପରମ୍ପରାକୁ ନେଇ ଅନୁଷ୍ଠିତ ହୋଇଥିବା ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୫’ ର ତୃତୀୟ ସନ୍ଧ୍ୟା ରେ ଓଡ଼ିଶୀ ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ । ଆରମ୍ଭରୁ କୁଇଜ୍ କାଯ୍ୟକ୍ରମ ହୋଇଥିଲା । ପରେ କୁନି କୁନି କଳାକାର ଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇଥିଲା। ମାନ୍ୟବର ବାଚସ୍ପତି ତଥା ରଣପୁର ବିଧାୟିକା କମିଟି ସଭାପତି ଶ୍ରୀମତୀ ସୁରମା ପାଢ଼ୀ ଙ୍କ ପୌରହିତ ରେ ମାନ୍ୟବର ମସ୍ତ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳା ନନ୍ଦ ମଲ୍ଲିକ, ଶିକ୍ଷା ଓ ଜାତି ଜନଜାତି ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, କୋରେଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦଶନାୟକ, ନୟାଗଡ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ଦେବାଶିଷ ପଟ୍ଟନାୟକ, ଗୋପାଳପୁର ଜିଲ୍ଲା ପରିଷଦ ଲକ୍ଷ୍ମୀ ପ୍ରିୟା ତରେଇ, ନୟାଗଡ ପିଡି. ଡ଼ି. ଆର. ଡିଏ ଦେବଦତ୍ତ ପଣ୍ଡା (ଓଏଏସ (ଏସ)) ଏବଂ ନୟାଗଡ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁମନ ପଣ୍ଡା ପ୍ରମୁଖ ଯୋଗଦେଇ ମହୋତ୍ସବ ର ତୃତୀୟ ଦିବସ କୁ ଆଗେଇ ନେବା ସହ ନିଜର ବକ୍ତବ୍ୟ ରଖିଥିଲେ। ଆଜିର ସାଂକୃତିକ କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ବରୁଣେଇ ପାଇକ ଆଖଡ଼ା ସହିତ ଓଡିଶା ସରକାର ଙ୍କ ତରଫରୁ ସମ୍ବଲପୁରୀ ନୃତ୍ୟ, ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ପାଲା, ଭାରତ ସରକାର ଙ୍କ ତରଫରୁ ଆସାମ ର ବିହୁ, ଏବଂ ଭାରତ ସରକାର ଙ୍କ ପୁରଲିଆ ଛଉ ନୃତ୍ୟ ଦର୍ଶକ ଙ୍କ ମନମୋହିତ କରିଥିଲା। ସିନେ କଳାକାରଙ୍କ ବିଶେଷ ଆକର୍ଷଣ ଏବଂ ତାଙ୍କ ତାଳ ରେ ତାଳ ମିଶାଇ ଦର୍ଶକ ଝୁମି ଉଠିଥିଲେ ।

