ରଣପୁର,, (ଶ୍ରେୟ ତରଙ୍ଗ, ଲିଶା ସାମନ୍ତ ରାୟ ) ରଣପୁର ମହୋତ୍ସବ ‘ଅର୍ଜୁନ– ୨୦୨୫’ ଦ୍ୱିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡିଶା ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ର, ମାନ୍ୟବର ମନ୍ତ୍ରୀ, ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ, ଓଡିଶା ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ, ମାନ୍ୟବର ବିଧାୟକ ଦିଗପହଣ୍ଡି ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର, ମାନ୍ୟବର ବିଧାୟକ ନୟାଗଡ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଇତିହାସ କୁ ମନେ ରଖିବା, ତଥା ସ୍ଵାଧିନତା ସଂଗ୍ରାମୀ ମାନଙ୍କୁ ମନେ ପକେଇ ଶ୍ରଦ୍ଧାଞ୍ଜଳି ଦେବା ସହ କଳା ସାହିତ୍ୟ ସଂସ୍କୃତି ର ପ୍ରଚାର ପ୍ରସାର ହେଉଛି ପ୍ରକୃତ ମହୋତ୍ସବ ପାଳନ ବୋଲି ନୟାଗଡ଼ ବିଧାୟକ କହିଥିଲେ । ଅନ୍ୟତମ ଅତିଥି ରୂପେ ଏସପି ନୟାଗଡ ଶ୍ରୀମତୀ ଏସ. ସୁଶ୍ରୀ, ବିଡ଼ିଓ ରଣପୁର ଶ୍ରୀଯୁକ୍ତ ସୁଧିର କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ରଣପୁର ବିଧାଇକା ଶ୍ରୀମତୀ ସୁରମା ପାଢୀ (ମାନ୍ୟବର ବାଚସ୍ପତି, ଓଡ଼ିଶା ବିଧାନ ସଭା ) ପୌରହିତ୍ୟ ରେ ଦ୍ୱିତୀୟ ସନ୍ଧ୍ୟା ସରସ ସୁନ୍ଦର୍ ହୋଇପାରିଛି ବୋଲି ଅତିଥି ମାନେ କହିଥିଲେ । ଅର୍ଜୁନ ମହୋତ୍ସବ ଆସନ୍ତା ୯ ତାରିଖ
ଅର୍ଜୁନ ମହୋତ୍ସବ ର ଦ୍ଵିତୀୟ ଦିବସ,
ସହିଦ ରଘୁ ଦିବାକର ଙ୍କ ଉପରେ ଚଳଚ୍ଚିତ୍ର ହେବା ଆବଶ୍ୟକ । ସିଦ୍ଧାନ୍ତ ମହାପାତ୍ର

