( ଶ୍ରେୟ ତରଙ୍ଗ ବ୍ୟୁରୋ ) : ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ରୁ ବିମାନଟି ଉଡାଣ ଆରମ୍ଭ କରିଥିବା ବେଳେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି। ବିମାନ ରେ ୧୨ଜଣ କ୍ରୁ ସଦସ୍ୟଙ୍କ ସହିତ ୨୩୦ଜଣ ଯାତ୍ରୀ ବସି ଯାତ୍ରା କରୁଥିଲେ। ୨୩୦ଜଣ ଯାତ୍ରୀଙ୍କ ମଧ୍ୟରୁ ବିମାନରେ ୧୬୯ ଜଣ ଭାରତୀୟ ଏବଂ ୫୩ ଜଣ ବ୍ରିଟିଶ ନାଗରିକ ଥିବା ଜଣାପଡ଼ିଛି।

ଦୁର୍ଘଟଣାଗସ୍ତ ବିମାନ ବୋଇଂର ୭୮୭ ଡ୍ରିମଲାଇନର ବୋଲି କୁହାଯାଉଥିବା ବେଳେ ଏହା ୧୧ବର୍ଷ ପୁରୁଣା ଥିବା ଜଣାପଡ଼ିଛି। ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଇଣ୍ଟରନାସନାଲ ଏୟାରପୋର୍ଟରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଥିଲା। ଗୁରୁବାର ଅପରାହ୍ନରେ ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିବା ସମୟରେ ଦୁର୍ଘଟଣାଗସ୍ତ ହୋଇଛି। ଦୁର୍ଘଟଣାର କାରଣ ଜଣାପଡ଼ି ପାରିନାହିଁ। ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ବିମାନ ରେ ଥିଲେ ବୋଲି ତଥ୍ୟ ସାମ୍ନା କୁ ଆସିଛି ।

ବିମାନ ଟି ଉଡାଣ ଆରମ୍ଭ କରିବାର ମାତ୍ର ୫ ମିନିଟ ଭିତରେ କ୍ରାସ ହୋଇଥିଲା । ଏକ ଉଚ୍ଚ ଅଟ୍ଟାଳିକା ଉପରେ ନିଆଁ ପିଣ୍ଡୁଳା ଭଳି ଜଳି ଜଳି ଖସି ପଡିଛି । ଉଦ୍ଧାର କାର୍ଯ୍ୟ ଜରିଁରହିଥିବା ବେଳେ , ମୃତା ହତ ଙ୍କ ସଂଖ୍ୟା ବର୍ତ୍ତମାନ ଜଣା ପଡ଼ିନାହିଁ ।

ଗୁଜୁରାଟ ର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଙ୍କ ଫଟୋ ସେ ଏହି ବିମାନ ରେ ଥିବା ଚର୍ଚ୍ଚା ହେଉଥିବା ବେଳେ, ଏହାର ପ୍ରକୃତ ତଥ୍ୟ ସାମ୍ନା କୁ ଆସି ନାହିଁ

