ଶ୍ରେୟ ତରଙ୍ଗ ( ବ୍ୟୁରୋ ): ଆନ୍ଧ୍ର ପ୍ରଦେଶ ବାପଟାଲା ଜିଲ୍ଲା ବାଲିକୁରୁମା ପଥର କୁଆରୀରେ ଆଜି ମଧ୍ୟାହ୍ନରେ ଶ୍ରମିକମାନେ କାମ କରୁଥିଲା ବେଳେ, ଭୟଙ୍କର ବିସ୍ଫୋରଣ ଘଟିଛି । କୁଆରୀ ରେ କାମ କରୁଥିବା ଶ୍ରମିକ ମାନଙ୍କ ମଧ୍ୟରେ ୧୮ ଜଣ ଓଡ଼ିଆ ଶ୍ରମିକ ଥିଲେ। କାମ ଚାଲିଥିଲା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ଘଟିଛି ।

ଅନ୍ୟ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ଶ୍ରମିକ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ୪ ଜଣ ଓ ଗଜପତି ଜିଲ୍ଲା ମୋହନା ଥାନା ଅଂଚଳରେ ୨ ଜଣ ଶ୍ରମିକ ବୋଲି ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ପଥର ଖଣି ଦୁର୍ଘଟଣା ଘଟଣା କୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି।। ଗୁରୁତର ଆହତ ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଆନ୍ଧ୍ରପ୍ରଦେଶ ପୁଲିସ ଠାରୁ ମିଳିଥିବା ସୂଚନା ଅନୁସାରେ, ବାପଟାଲା ଜିଲ୍ଲା ବାଲିକୁରୁଭା ନିକଟ ସତ୍ୟକ୍ରିଷ୍ଣା ଗ୍ରାନାଇଟ କୁଆଁରିରେ ଆଜି ଶ୍ରମିକମାନେ କାମ କରୁଥିଲେ। ଏହି ସମୟରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ଘଟଣାସ୍ଥଳରୁ ୪ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ପଥରଖଣି ତଳେ ଚାପି ହୋଇଥିବା ଶ୍ରମିକମାନଙ୍କୁ ତୁରତନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ଅଧିକ ତଦନ୍ତ ପାଇଁ ବାପଟାଲା ଆରକ୍ଷୀ ଅଧୀକ୍ଷକ ତୁଷାର ଦୁଦି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

