କନ୍ଧମାଳ ( ଶ୍ରେୟ ତରଙ୍ଗ): କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଗୁଦାରୀ ଆଞ୍ଚଳିକ ସାଧନ କେନ୍ଦ୍ରରେ “ଆମ ସଂସ୍କୃତି ଆମ ଖେଳନା “ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି !ସାଧନ କେନ୍ଦ୍ର ସଂଯୋଜିକା ସୁଜାତା କୁମାରୀ ପ୍ରଧାନଙ୍କ ଅଦକ୍ଷତାରେ ଦୁଇ ଦିନ ଧରି ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା ! ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ବୌଦ୍ଧିକ, ସହ-ବୌଦ୍ଧିକ ବିକାଶ ସହିତ ଖେଳନା ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ ଉପରେ କର୍ମଶାଳାରେ ଶିକ୍ଷୟତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା !ଶିକ୍ଷକ ସାମଗ୍ରୀ ଗୁଡ଼ିକ ଦୈନନ୍ଦିନ କାର୍ଯ୍ୟ ସହିତ ଜଡ଼ିତ ସଂସ୍କୃତି ଏବଂ ମୌଳିକ ସାକ୍ଷରତା ସଂଖ୍ୟାଜ୍ଞାନକୁ ନେଇଁ ପ୍ରସ୍ତୁତ କରାଯାଇଥିଲା !ଏହି କର୍ମଶାଳାରେ ଗୁଦାରୀ କ୍ଲଷ୍ଟରର ନଅ(9) ଗୋଟି ବିଦ୍ୟାଳୟର ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ !ଦୁଇ ଦିନ ଧରି ବିଭିନ୍ନ ସାଧନ କେନ୍ଦ୍ରର ପ୍ରଶିକ୍ଷକ ମାନେ ଶିକ୍ଷୟତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ଏବଂ ଗୁଦାରୀ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜିକା ସୁଜାତା କୁମାରୀ ପ୍ରଧାନ ଏହି ଦୁଇ ଦିନିଆ କର୍ମଶାଳାକୁ ସୁପରିଚାଳନା କରିଥିଲେ !

