ନୂଆଦିଲ୍ଲୀ, ( ଶ୍ରେୟ ତରଙ୍ଗ ) : ଆଜି ବିଶ୍ୱ ଇତିହାସ ରେ ଭାରତୀୟ ରେଳ ବିଭାଗ ନିଜର ନାମକୁ ଉଲ୍ଲେଖ କରିଛି । ଦିଲ୍ଲୀ ରୁ କାଶ୍ମୀର ଗଡିବ ଟ୍ରେନ । ସଶସ୍ତ୍ର ପୋଲିସ ସୁରକ୍ଷା ବଳୟ ଭିତରେ ଆଜି ପ୍ରଧାମନ୍ତ୍ରୀ ଦିଲ୍ଲୀ_ କାଶ୍ମୀର ରେଳ ପଥ କୁ ଉଦ୍ଘାଟନ କରିଛନ୍ତି । ବିଶେଷକରି ବିଶ୍ଵର ଉଚ୍ଚ ପର୍ବତ ଶିଖର ରେ ଚେନାବ୍ ନଦୀ ଉପରେ ପ୍ରାୟ ୧୩୦୦ ମିଟର ଲମ୍ବର ରେଳ ବ୍ରିଜ କୁ ଉଦ୍ଘାଟନ କରିଛନ୍ତି । ଯାହାଦ୍ବାରା ଦିଲ୍ଲୀ ଓ କଶ୍ମୀର ମଧ୍ୟରେ ଦୂରତା କମିବା ସହ ଟ୍ରେନ ଯୋଗେ ସିଧାସଳଖ ଯାତ୍ରା କରିହେବ ।

କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ରେଳ ସୁବିଧା ଏବେ ପହଞ୍ଚି ଯାଇଛି। ରେଳ ଦ୍ଵାରା କଟରାରୁ ଶ୍ରୀନଗର ଯିବା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସର ସେବା ଆରମ୍ଭ କରିଛି। ଆଇଆରସିଟିସି ଏହି ସୁପରଫାଷ୍ଟ ଟ୍ରେନରେ ଯାତ୍ରା ପାଇଁ ବୁକିଂ ମଧ୍ୟ ଆରମ୍ଭ ହୋଇ ଯାଇଛି । ଆଇଆରସିଟିସିର ସରକାରୀ ୱେବସାଇଟକୁ ଯାଇ କଟରାରୁ ଶ୍ରୀନଗର ଯାଉଥିବା ଟ୍ରେନ ନମ୍ବର ୨୬୪୦୧ ବନ୍ଦେ ଭାରତ ଏକ୍ସପ୍ରେସ ପଇେଁ ଟିକେଟ ବୁକ୍ କରିପାରିବେ ଯାତ୍ରୀ ମାନେ । ରେଳ ଯାତ୍ରାର ସମୟ ୩ଘଣ୍ଟା ରହିଥିବା ବେଳେ ଚେୟାର କାରରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ ପ୍ରାୟ ୭୧୫ଟଙ୍କା ଦେବାକୁ ପଡିବ। ସେହିପରି ଏକଜିକ୍ୟୁଟିଭ୍ କ୍ଲାସରେ ଯାତ୍ରା କରିବାକୁ ଯାତ୍ରୀଙ୍କ ପାଇଁ ଭଡ଼ା ପ୍ରାୟ ୧୩୨୦ ଟଙ୍କା ରହିଛି। ଏଥିସହିତ ଯାତ୍ରୀଙ୍କୁ ଭଡ଼ାରେ ଜିଏସଟି ଏବଂ ବୁକିଂ ଚାର୍ଜ ମଧ୍ୟ ଦେବାକୁ ପଡିବ।


