ଶ୍ରେୟ ତରଙ୍ଗ (ବ୍ୟୁରୋ): ଭାରତୀୟ ଜନତା ପାର୍ଟି ତରଫରୁ କଣ୍ଟିଲୋ ମଣ୍ଡଳ ସଭାପତି ଭାବେ, ଯୁବ ସଂଗଠକ, ଉଦ୍ୟୋଗପତି, ତଥା ଯୁବ ସମାଜସେବୀ ଶ୍ରୀଯୁକ୍ତ ଟିଟନ୍ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି । ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ରେ କଣ୍ଟିଲୋ ଏକ ଗୁରୁତ୍ଵ ପୂର୍ଣ୍ଣ ମଣ୍ଡଳୀ । କଂସା ବାସନ, ମହାପ୍ରଭୁ ଶ୍ରୀ ନୀଳ ମାଧବଙ୍କ ପୀଠ ପାଇଁ ବେଶ୍ ପ୍ରସିଧ । ତେଣୁ ସିଧମୂଳା ପଞ୍ଚାୟତ ଠାରୁ ବାଣପୁର, କଣ୍ଟିଲୋ, ବେଣା ଗାଡିଆ, ପଞ୍ଚାୟତ ଭଳି ବହୁ ଗୁରୁତ୍ଵ ପୂର୍ଣ୍ଣ ପଞ୍ଚାୟତ ର ସାଂଗଠାନିକ ଦାୟିତ୍ଵ ଦେଇଛି ଦଳ । ଖଣ୍ଡପଡ଼ା ବିଧାୟକ ଇଁ ଦୁଷ୍ମନ୍ତ କୁମାର ସ୍ବାଇଁ, କଟକ ସାଂସଦ ଶ୍ରୀଯୁକ୍ତ ଭର୍ତୁହରି ମହତାବ, ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନ ମୋହନ ସାମଲ, ଓ ସର୍ବୋପରି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି । ଦଳର ସାଂଗଠାନିକ ଦାୟିତ୍ଵ କୁ ଆହୁରି ମଜଭୁତ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ବିଜେପି ର ସ୍ଥିତି କୁ ମଜଭୁତ କରିବା ଲକ୍ଷ୍ୟ ରଖିଛନ୍ତି ଶ୍ରୀଯୁକ୍ତ ଟିଟନ୍ ସାହୁ ବୋଲି କହିଛନ୍ତି ।

