ଶ୍ରେୟ ତରଙ୍ଗ ( କନ୍ଧମାଳ ): ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ, ବିଏସଏଫ ଯବାନ ଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ଛାତ୍ରୀ ମାନେ । 116 ବାଟାଲିୟନ ବିଏସଏଫ ଯବାନ ମାନେ ଆଜି ଫୁଲବାଣୀ ସହର ରେ ଥିବା, ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟ ରେ ପହଞ୍ଚିଥିଲେ ।

ଦେଶ ସୁରକ୍ଷା ନିମନ୍ତେ, ଘର ଦ୍ବାର ଛାଡି ଯବାନ ମାନେ ସେବା କରିଛନ୍ତି । ତେଣୁ ପର୍ବ ପର୍ବାଣୀ ରେ ଯବାନଙ୍କ ସହ ପାଳନ କରି ଖୁସି କରିବା ଉଦ୍ଦେଶ୍ୟ ରେ , ଆଜି ଛାତ୍ରୀ ମାନେ ରାକ୍ଷୀ ବାନ୍ଧି ଆଶୀର୍ବାଦ ନେଇଥିଲେ । ଅନ୍ୟପଟେ, ଯବାନ ମାନେ ବିଭିନ୍ନ ପାର୍ବଣ ଋତୁ ରେ ଘର କୁ ଯାଇ ପାରି ନଥାନ୍ତି । ତେଣୁ ଯେଉଁଠି କ୍ୟାମ୍ପ କରି ରୁହନ୍ତି, ସ୍ଥାନୀୟ ଲୋକଙ୍କର ଆତ୍ମୀୟତା , ସେ ଦୁଃଖକୁ ମନେ ପକାଇ ନଥାଏ ବୋଲି କହିଛନ୍ତି । ଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ଯବାନ ମାନେ । ଏକ ଆନନ୍ଦ, ଭାବ ବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା କଲେଜ୍ ପରିସର ରେ ।

