ଶ୍ରେୟ ତରଙ୍ଗ ( କନ୍ଧମାଳ/ଗଞ୍ଜାମ ) : ବିନା ଲାଇସେନ୍ସ ରେ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଚାଲାଣ ବେଳେ, ଜବତ କରିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସ। ବେଆଇନ ବିସ୍ଫୋରକ ସାମଗ୍ରୀ ସହିତ ଗୋଟିଏ ପିକ୍ଅପ ଭ୍ୟାନ, ଗୋଟିଏ ଦାମୀ କାର , 6 ଟି ମୋବାଇଲ, ନଗଦ 2 ଲକ୍ଷ 80 ହଜାର ଟଙ୍କା ସହ 1 ଲକ୍ଷ ଟଙ୍କାର ଅନଲାଇନ ପେମେଣ୍ଟ ଜବତ ହୋଇଛି। ଘଟଣା ରେ ସମ୍ପୃକ୍ତ ଥିବା ଦୁଇ ଜଣ ମାଷ୍ଟର ମାଇଣ୍ଡ ସହ ସମୁଦାୟ ତିନି ଜଣ ଙ୍କୁ ଗିରଫ କରିଛି ତୁମୁଡ଼ିବନ୍ଧ ପୋଲିସ ।

ଓଡ଼ିଶାର ବିଭିନ୍ନ ସ୍ଥାନରେ କ୍ରସର ଓ ପଥର କୁଆଁରି ଚଳାଉଥିବା ବେପାରୀ ଙ୍କ ସହ ଦୀର୍ଘ ବର୍ଷ ଧରି ଚୋରା କାରବାର କରୁଥିଲେ। ଗଞ୍ଜାମ ରୁ କନ୍ଧମାଳ ଦେଇ କଳାହାଣ୍ଡି ଜିଲ୍ଲା କୁ ଏହି ବିସ୍ପୋରକ ବେଆଇନ ଚୋରା କାରବାର ହେଉଥିଲା। ଚେକିଙ୍ଗ ବେଳେ, ତୁମୁଡ଼ିବନ୍ଧ ପୋଲିସ ଜବତ୍ କରିଥିଲା ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ପିକ ଅପ୍ ଭ୍ୟାନ।

ବାଲିଗୁଡ଼ା SDPO ରାମେନ୍ଦ୍ର ପ୍ରସାଦ ଙ୍କ ନେତୃତ୍ୱରେ, ଗଞ୍ଜାମ ଜିଲ୍ଲାର ଚମାଖଣ୍ଡି ଥାନା ଜଗନ୍ନାଥପୁର ଶିବ ମନ୍ଦିର ନିକଟସ୍ଥ ଏକ ପରିତ୍ୟକ୍ତ ଆଦର୍ଶ ଗାଇ ଗୁହାଳ ରେ ଚଢ଼ାଉ କରି ବିପୁଳ ପରିମାଣ ର ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ କରିଛି । ଆନ୍ଧ୍ର ପ୍ରଦେଶର କାକିନାଡ଼ା ରୁ ବିସ୍ପୋରକ ସାମଗ୍ରୀ ଆସୁଥିଲା । ରାଜ୍ୟର ବିଭିନ୍ନ ସ୍ଥାନକୁ କୁ ବେଆଇନ ଭାବେ ଚାଲାଣ ହେଉଥିଲା। 276 କିଲୋଗ୍ରାମ ଜିଲାଟିନ ଷ୍ଟିକ୍, 100 କିଲୋଗ୍ରାମ ଆପେକ୍ସ ବୁଷ୍ଟର, ବିଦ୍ୟୁତ୍ ତାର 43 ପ୍ୟାକେଟ, କାର୍ଡେକ୍ସ 38 ଟି ଓ ବ୍ୟାଟେରୀ ଦୁଇଟି , ମୋବାଇଲ 6 ଟି, ଦୁଇଟି କାର ଓ ନଗଦ 2 ଲକ୍ଷ 80 ହଜାର ଟଙ୍କା ଜବତ କରିଛି ତୁମୁଡ଼ିବନ୍ଧ ପୋଲିସ।

ଗଞ୍ଜାମ ର ମାଷ୍ଟର ମାଇଣ୍ଡ ହେମନ୍ତ ସେଠୀ ଓ କଳାହାଣ୍ଡି ଜିଲ୍ଲାର ଶକ୍ତି ରଞ୍ଜନ ଦାଶ ଓ ସହଯୋଗୀ ଡ୍ରାଇଭର ଆଲୋକ ପାତ୍ର ସହିତ ଘଟଣା ରେ ସମୁଦାୟ ତିନି ଜଣ କୁ ଗିରଫ କରିଥିବା ସୂଚନା ଦେଇଛନ୍ତି , ବାଲିଗୁଡା sdpo ରାମେନ୍ଦ୍ର ପ୍ରସାଦ ।

