କନ୍ଧମାଳ (ଶ୍ରେୟ ତରଙ୍ଗ): ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି କନ୍ଧମାଳ ଜିଲ୍ଲାର ୮୮ ଜଣ ବରିଷ୍ଠ ନାଗରିକ ଶିରିଡ଼ି- ନାସିକ ଅଭିମୁଖରେ ବାହାରିଛନ୍ତି । ସେମାନଙ୍କ ସହିତ ଶ୍ରୀ ଦିପ୍ତିକାନ୍ତ ନାୟକ, ଜିଲ୍ଲା ସଂଯୋଜକ ଏଚ.ଆର୍.ଏମ୍.ଏସ୍., ଶ୍ରୀ ପ୍ରମୋଦ କୁମାର ନାୟକ, ବରିଷ୍ଠ ସହାୟକ, ଜିଲ୍ଲା ପର୍ଯ୍ୟଟନ ବିଭାଗ, ଶ୍ରୀ ଆଶିଷ କୁମାର ବେହେରା, ବରିଷ୍ଠ ସହାୟକ ପ୍ରମୁଖ ସେମାନଙ୍କ ସହ ଶିରିଡ଼ି- ନାସିକ ଅଭିମୁଖରେ ବାହାରିଛନ୍ତି ।

ଏହି ଆଧ୍ୟାତ୍ମିକ ଯାତ୍ରାର ଦିବ୍ଯ ଅନୁଭବ ଉଦ୍ଦେଶ୍ୟରେ ସରକାର ୨୦୨୪-୨୫ ର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି । କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲଳରୁ ୨୪ ଜଣ, ଫୁଲବାଣୀ ବ୍ଲକରୁ ୨୧ ଜଣ, ଟିକାବାଲି ବ୍ଲକର ୦୭ ଜଣ, ଫିରିଙ୍ଗିଆ ବ୍ଲକରୁ ୦୫ ଜଣ, ଖଜୁରୀପଡ଼ା ବ୍ଲକରୁ ୧୪ ଜଣ, ଚକାପାଦ ବ୍ଲକରୁ ୦୩ ଜଣ, ବାଲିଗୁଡ଼ା ବ୍ଳକରୁ ୦୨ ଜଣ, ଦାରିଙ୍ଗିବାଡ଼ି ବ୍ଲକରୁ ୦୪ ଜଣ, କେ. ନୂଆଗାଁ ବ୍ଲକରୁ ୦୩ ଜଣ, ତୁମୁଡ଼ିବନ୍ଧ ବ୍ଲକରୁ ୦୩ ଜଣ ଏବଂ ରାଇକିଆ ବ୍ଲକରୁ ୦୨ ଜଣ ବରିଷ୍ଠ ନାଗରିକ ଏହି ଯାତ୍ରାରେ ସାମିଲ ଅଛନ୍ତି ବୋଲି ସେମାନଙ୍କ ସାଙ୍ଗରେ ଯାଉଥିବା ଅଧିକାରୀ ପ୍ରକାଶ କରିଛନ୍ତି। ସେଥିପାଇଁ ଦୁଇ ଗୋଟି ଯାତ୍ରୀବାହୀ ବସ୍ ସାର୍ତ୍ତାଗୁଡ଼ା ସ୍ଥିତ ବୃଦ୍ଧାଶ୍ରମରୁ ଅଜି ପୁର୍ବାହ୍ନରେ ବାହାରିଛି ।

ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ଅଶୋକ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ), କନ୍ଧମାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ଉପ-ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ଚିତରଞ୍ଜନ ମହନ୍ତ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଜୟାଲକ୍ଷ୍ମୀ ବେହେରା, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିଶିର କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ, ତେପୁଟି କଲେକ୍ଟର -ତଥା- ଏହି ଆଧ୍ୟାତ୍ମିକ ଯାତ୍ରାର ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀ ଅନୁପମ୍ ଆଚାର୍ଯ୍ୟ, ସହକାରୀ କଲେକ୍ଟର ତଥା ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀମତୀ କୁମୁଦିନି ମଲ୍ଲିକ ପ୍ରମୁଖ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଶୁଭାରମ୍ଭ ବେଳେ ସଂକୀର୍ତନ ପରିବେଷଣ କରାଯାଇଥିଲା। ଆସନ୍ତା କାଲି ବ୍ରହ୍ମପୁର ରେଳ ଷ୍ଟେସନ୍ ଠାରୁ ବ୍ରହ୍ମପୁର-ଶିରିଡ଼ି-ନାସିକ୍ ଅଭିମୁଖୀ ଏହି ଆଧ୍ୟାତ୍ମିକ ଯାତ୍ରା ଟ୍ରେନ୍ ବାହାରିବ ବୋଲି ଜଣାପଡ଼ିଛି ।

