Close Menu
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ
Facebook X (Twitter) Instagram
SreyatarangaSreyataranga
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ
Facebook X (Twitter) Instagram
Trending
  • ୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ
  • ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
  • ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି
  • ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।
  • କଳିଙ୍ଗା ଘାଟି ରେ ଶ୍ରୀରାମ ଘରୋଇ ଯାତ୍ରୀବାହି ବସ୍ ଓଲଟି ଜଣେ ମୃତ, ସାତ ରୁ ଅଧିକ ଆହତ
  • କାଞ୍ଚି ଅଭିଯାନ ବେଶରେ ମହାପ୍ରଭୁ ଶ୍ରୀ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।
  • ଇଟିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୟୁନାଇଟେଡ଼ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀ ତରଫରୁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ
  • ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ.
SreyatarangaSreyataranga
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ

କନ୍ଧମାଳ, ନାବାଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ କୁ ୨୦ବର୍ଷ ସଜା, ୨୦ ହଜାର ଟଙ୍କା ଜୋରିମାନା

By sreyatarangaJanuary 9, 2025 ଆଜିର ଖବର
Ad 1

କନ୍ଧମାଳ ବ୍ୟୁରୋ ( ଶ୍ରେୟ ତରଙ୍ଗ), ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଫୁଲବାଣୀ ପୋସ୍କ କୋର୍ଟ ବିଚାରପତି ରାଜେଶ ଦାସ ଅଭିଯୁକ୍ତ ଫୁଲବାଣୀ ଟାଉନ ଥାନା ଅଞ୍ଚଳର ସୁରଥ ବେହେରା ଙ୍କୁ 20 ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହ 20 ହାଜର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ଜୋରିମାନା ଅନାଦୟେ ଅଧିକ 6 ମାସ ସଜା ଶୁଣାଇଛନ୍ତି । ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଅଗସ୍ଥି ବେହେରା ଫେରାର ଥିବା କୋର୍ଟ ପକ୍ଷରୁ ସୂଚନା ମିଳିଛି । ସୂଚନା ପ୍ରକାରେ ଗତ 2020 ମସିହା ନଭେମ୍ବର୍ 28 ତାରିଖ ଦିନ ନାବାଳିକା ଜଣଙ୍କ ସ୍କୁଲର ପାଠ ପଢିବା ପାଇଁ ଆଇ ଟି ଆଇ ନିକଟସ୍ଥ ନିଜ ସାଙ୍ଗ ପାଖକୁ ଯାଉଥିବା ବେଳେ ଅଭିଯୁକ୍ତ ସୁରଥ ବେହେରା ଏବଂ ତାଙ୍କର ଜଣେ ସହଯୋଗୀ ଅଗସ୍ଥି ବେହେରା ଦୁଇଜଣ ଗୋଟିଏ ସ୍କୁଟି ରେ ଆସି ନାବାଳିକାକୁ ତାର ସାଙ୍ଗ ଘରେ ଛାଡି ଦେବେ ବୋଲି କହିଥିଲେ ନାବାଳିକା ଉଭୟଙ୍କୁ ଚିହ୍ନି ଥିବାରୁ ତାଙ୍କ ସହ ସ୍କୁଟି ରେ ଯାଇଥିଲା। ତେବେ ଅଭିଯୁକ୍ତ ନାବାଳିକାଙ୍କୁ ସାଙ୍ଗ ଘରେ ନଛାଡ଼ି ଭେଟଖୁଲ ଘାଟି ଜଙ୍ଗଲକୁ ନେଇ ଅଭିଯୁକ୍ତ ସୁରଥ ବେହେରା ନାବାଳିକାକୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତର ସାଙ୍ଗ ଅଗସ୍ଥି ବେହେରା ଦୁଷ୍କର୍ମରେ ସହଯୋଗ କରିଥିଲା। ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ପୀଡିତାଙ୍କୁ ଦୁଷ୍କର୍ମ ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା। ଭୟରେ ପିଡିତା କାହାକୁ କିଛି କହିନଥିଲେ। ଘଟଣାର 26 ଦିନ ପରେ ପିଡିତା ନିଜର ପିଇସି ନାନୀ ଘରକୁ ଯାଇଥିଲେ ସେଠାରେ ସାହାସ କରି ସବୁକଥା ପିଇସି ନାନୀଙ୍କୁ କହିଥିଲେ । ପିଇସି ନାନୀ ଘଟଣା ସମ୍ପର୍କରେ ପୀଡିତାଙ୍କ ପରିବାର କୁ ଜଣାଇଥିଲେ ।ପରିବାର ଲୋକେ ଜାଣିବା ପରେ ପୀଡିତାଙ୍କ ବାପା 24. 12. 2020 ତାରିଖ ଦିନ ଫୁଲବାଣୀ ଟାଉନ୍ ଥାନା ରେ ଅଭିଯୋଗ କରିଥିଲେ ଅଭିଯୋଗ ମୁତାବକ ଟାଉନ ଥାନା ପୋଲିସ 166/2020 ରେ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ରେ ହାଜର କରିଥିଲେ l ତେବେ ବେଲ ରେ ଥିବା ଅଭିଯୁକ୍ତର ସହଯୋଗୀ ଅଗସ୍ଥି ବେହେରା ଫେରାର ଥିବା ବେଳେ ଆଜି 11 ଜଣ ସାଖି ଡାକ୍ତରି ପ୍ରମାଣ କୁ ଭିତ୍ତିକରି ଅଭିଯୁକ୍ତ ସୁରଥ ବେହେରା କୁ 20 ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବିଚାରପତି। ଏହାସହ ପୀଡିତାଙ୍କୁ 10 ଲକ୍ଷ୍ୟ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଡି ଏଲ୍ ଏସ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି। ସରକାରୀ ଆଇନଜୀବି ଅସୀମ ପ୍ରହରାଜ, ଏ ନେଇ ଗଣମାଧ୍ୟମ ରେ ସୂଚନା ଦେଇଛନ୍ତି ।

Ad 2

Related Posts

୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ

November 14, 2025

ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

November 14, 2025

ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି

November 14, 2025

ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।

November 13, 2025

କଳିଙ୍ଗା ଘାଟି ରେ ଶ୍ରୀରାମ ଘରୋଇ ଯାତ୍ରୀବାହି ବସ୍ ଓଲଟି ଜଣେ ମୃତ, ସାତ ରୁ ଅଧିକ ଆହତ

November 7, 2025

କାଞ୍ଚି ଅଭିଯାନ ବେଶରେ ମହାପ୍ରଭୁ ଶ୍ରୀ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

November 4, 2025

୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ

November 14, 2025

ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

November 14, 2025

ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି

November 14, 2025

ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।

November 13, 2025
Facebook X (Twitter) Instagram Pinterest
  • About Us
  • Contact Us
  • Privacy Policy
© 2025 Sreyataranga.com

Design by: KC DIGITAL

Type above and press Enter to search. Press Esc to cancel.