କନ୍ଧମାଳ ( ଶ୍ରେୟ ତରଙ୍ଗ) : ପର୍ଯ୍ୟଟକ ମାନଙ୍କୁ ଆକ୍ରମଣ ଓ ଡ଼କାୟତି ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଘଟଣାର ମାତ୍ର ୪୮ ଘଣ୍ଟା ମଧ୍ୟରେ ପାଞ୍ଚ ଜଣ ଡକାୟତ ଙ୍କୁ ପୋଲିସ ଧରିଥିବା ବେଳେ ଅନ୍ୟ ୪ ଫେରାର ଅଛନ୍ତି। ଇଣ୍ଟରନେଟ ରୁ ବେଷ୍ଟ ଟୁରିଷ୍ଟ ସ୍ପଟ୍ ଓଡ଼ିଶା ସର୍ଚ୍ଚ କରି କେରଳ ର ୭ ଜଣ ଯୁବକ କନ୍ଧମାଳ ଜିଲ୍ଲାର ପୂତୁଡ଼ି ଜଳପ୍ରପାତ କୁ ବୁଲିବାକୁ ଆସିଥିଲେ କିନ୍ତୁ ପର୍ଯ୍ୟଟକ ମାନଙ୍କୁ ୧୫ ରୁ ଅଧିକ ଡକାୟତ ଦଳ ଆକ୍ରମଣ କରିବା ସହିତ ମୋବାଇଲ, ଗାଡ଼ି ଚାବି ନଗଦ ଟଙ୍କା, ଲୁଟ୍ କରିନେଇଥିଲେ।

ଏଥିସହ ପର୍ଯ୍ୟଟକ ମାନଙ୍କୁ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ । ଯୁବକ ମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଙ୍ଗଲ ଓ ସାଲୁଙ୍କି ନଦୀ ମଧ୍ୟରେ ଚାଲି ଚାଲି ଆସି ପୋଲିସକୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକଙ୍କ ସହାୟତାରେ। ଘଟଣା ଘଟିଥିଲା ୮ ତାରିଖ ସନ୍ଧ୍ୟାରେ। ପୋଲିସ ଟିମ ପହଞ୍ଚି ସମସ୍ତ ୭ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଫୁଲବାଣୀ ମେଡ଼ିକାଲରେ ଭର୍ତ୍ତି କରିଥିଲେ । କନ୍ଧମାଳ ଏସପି ହରିଶ୍ ବିଶି ଙ୍କ ନିର୍ଦ୍ଦେଶରେ ୩ଟି ପୋଲିସ ଟିମ ଗଠନ କରି ଡକାୟତଙ୍କୂ ଚିହ୍ନଟ କରିବା ସହିତ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ଏହି ଦଳର ମାଷ୍ଟର ମାଇଣ୍ଡ ସହିତ ଅନ୍ୟ ୪ ଫେରାର ଅଛନ୍ତି। ଗିରଫ ଯୁବକ ମାନେ ଫୁଲବାଣୀ ଟାଉନ ଥାନା ଓ ସଦର ଥାନା ଅଂଚଳର ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଦର ଏସଡ଼ିପିଓ

ରାଜ୍ୟ ସରକାର ଜିଲ୍ଲାର ପର୍ଯ୍ୟଟନକୁ ଅତ୍ୟନ୍ତ ପ୍ରାଥମିକତା ଦେଉଥିବା ବେଳେ ଏବଂ ମୁଖ୍ୟମନ୍ତ୍ରୀ ଦୁଇ ଦିନ ପୂର୍ବରୁ ଗସ୍ତ ବେଳେ ୧୮ କୋଟି ଟଙ୍କା ସ୍ଵତନ୍ତ୍ର ଅନୁଦାନ ଦେଇଛନ୍ତି । ଏପରି ପରିସ୍ଥିତିରେ ପର୍ଯ୍ୟଟନ ସ୍ଥଳ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି। ଲଗାତାର ରେଡ୍ କରାଯାଉଛି ବୋଲି କହିଛନ୍ତି ସଦର ଏସଡିପିଓ । ଗିରଫ ଡକାୟତ ଦଳଙ୍କ ପାଖରୁ ମୋବାଇଲ , ମାରଣାସ୍ତ୍ର ଜବତ ହୋଇଛି ।


