କନ୍ଧମାଳ (ଶ୍ରେୟ ତରଙ୍ଗ): ଖଜୁରୀପଡ଼ା ଥାନା ଅଞ୍ଚଳ ରେ ଦୁର୍ଘଟଣା ରେ ବିଜେଡି ନେତା ଙ୍କ ମୃତ ହୋଇଥିବା ବେଳେ, ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି

ସୂଚନା ଅନୁସାରେ, ଦଶପଲ୍ଲା ଏନ୍ଏସି ଅଞ୍ଚଳର ତିନିଜଣ ବ୍ୟକ୍ତି ଏକ ବୁଲେଟ ଗାଡ଼ିରେ ଫୁଲବାଣୀ ଯାଉଥିବା ବେଳେ, ଖଜୁରୀପଡ଼ା ଦୁତିମେଣ୍ଡି ପଞ୍ଚାୟତ ଆଗରେ ଥିବା ଏକ ବୁଲାଣି ରେ ଭାରସ୍ୟମ ହରାଇ ରାସ୍ତା ପାର୍ଶ୍ୟକୁ ଛିଟିକି ପଡ଼ିଥିଲେ । ଘଟଣା ସ୍ଥଳରେ ବୁଲେଟ ଚଳାଉଥିବା ବିଜେଡି ନେତା ପ୍ରଭାତ ସାହୁଙ୍କର ମୃତୁ ହୋଇଥିଲା । ସିଦ୍ଧେଶ୍ଵର ସାହୁଙ୍କ ମୁଣ୍ଡରେ ଗଭୀର କ୍ଷତ ଲାଗିଥିବା ବେଳେ, ଜ୍ୟୋତି ରଞ୍ଜନ ଘଡେ଼ଇ ଙ୍କ ଗୋଡ ଭାଙ୍ଗି ଯାଇଛି

ଖଜୁରୀପଡ଼ା ଦମକଳ ବାହିନୀ ଘଟଣାସ୍ଥଳ କୁ ଯାଇ ସମସ୍ତଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ନିମନ୍ତେ ପ୍ରଥମେ ଖଜୁରୀପଡ଼ା ମେଡ଼ିକାଲ୍ କୁ ନେଇଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ । ମେଡ଼ିକାଲ୍ ରେ ଡାକ୍ତର ପ୍ରଭାତ ଙ୍କୁ ମୃତ ଘୋଷଣା କରିଥିଲେ । ଆହତ ଦୁଇ ଜଣଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଏମ୍ସକୁ ପଠାଯାଇଛି । ଗତ ଦଶପଲ୍ଲା ଏନ୍ଏସି ନିର୍ବାଚନ ରେ ପ୍ରଭାତ ବିଜେଡି ତରଫରୁ କାଉନସିଲର ପାର୍ଥି ହୋଇଥିବା ବେଳେ, ବିଜେଡିର ଜଣେ ସକ୍ରିୟ କର୍ମୀ ଥିଲେ । ପ୍ରଭାତଙ୍କ ବାୟୋଗ ରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଶୋକ ପ୍ରକାଶ କରିଛନ୍ତି । ଦଶପଲ୍ଲା ସାତ ପାଟଣା ର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ସାହୁଙ୍କ ସାନ ପୁଅ ପ୍ରଭାତ ଥିଲେ ।

