ଘୁ.ଉଦୟଗିରି (ଶ୍ରେୟ ତରଙ୍ଗ): ଜୀବିତ ଅବସ୍ଥା ରେ ପ୍ରଶାସନ ର ସହଯୋଗ ପାଇଲେନି, ମୃତୁ ପରେ ଚାରିହାତ ଜାଗା ମିଳିଲାନି ସବ ସତ୍କାର ପାଇଁ । ଏ ସଭ୍ୟ ସମାଜ ରେ ଏବେବି ଏମିତି ଘଟଣା ଘଟୁଛି, ମଣିଷର ମାନବିକତା କେତେ ତଳକୁ ଖସି ଯାଉଛି,ଭାବିଲେ ଆଶ୍ଚର୍ୟ୍ଯ ଲାଗୁଛି । ଏଭଳି ଘଟଣା ଘଟିଛି, କନ୍ଧମାଳ ଜିଲ୍ଲା ଘୁ . ଉଦୟଗିରି ରେ ।

ସୂଚନା ଅନଯାୟୀ, ଘୁ. ଉଦଗିରି ଏନେଏସି ରେ ମାନସିକ ବିକାର ଗ୍ରସ୍ତ ଓକିଲ କହଁର, ୫୫ ବର୍ଷରୁ ଅଧିକ ହେବ । ଘୁ. ଉଦୟଗିରି ବଜାର ରେ ବୁଲି ଚଳୁଥିଲେ । ତାଙ୍କର ଦେହ ଅସୁସ୍ଥ ହେବାରୁ, କିଛି ଯୁବକ ତାଙ୍କୁ ଚିକିତ୍ସା ପାଇଁ ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କର କେହି ସମ୍ପର୍କୀୟ ନଥିବା ପୁଲିସ ଜାଣିବା ପରେ ମୃତଦେହ ଜବତ କରି କେସ୍ ନମ୍ୱର ୨/୧୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ । ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା । ପରବର୍ତ୍ତୀ ଅବସ୍ଥାରେ ପ୍ରଶାସନ ପକ୍ଷରୁ ଶବ ସତ୍କାର କରିବା ନିମନ୍ତେ ଜମି ଖୋଜିଲା ବେଳକୁ ମିଳିଲା ନାହିଁ ।

ଘୁ. ଉଦୟଗିରି ତହସିଲଦାର ରଞ୍ଜନ କୁମାର ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ସହଯୋଗ କଲେନାହିଁ । ପ୍ରଥମେ କନବାଗିରି ଅଞ୍ଚଳରେ ସମାଧି ଦେବା ନିମନ୍ତେ ବାରଣ କରାଯାଇଥିଲା। କାରଣ ମୃତ ବ୍ୟକ୍ତିଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିବା କାରଣରୁ କାନବାଗିରି ଗ୍ରାମବାସୀ ମନା କରିଥିଲେ । ପରେ ଶବକୁ ନେଇ ବାଲୁପାଙ୍ଗା ଲୋକଙ୍କ ପାହାଡ଼ ନିକଟରେ ଥିବା ଜଙ୍ଗଲ ଜମିରେ ଶବ ସମାଧି କରିବା ନିମନ୍ତେ ଜେସିବି ମାଧ୍ୟମରେ ଗାତ ଖୋଳା ସରିଥିଲା ଠିକ୍ ସେତିକି ବେଳକୁ ବାଲୁପାଙ୍ଗା ଗ୍ରାମର ଲୋକମାନେ ଆସି ଶବ ସମାଧି ଦେବା ପାଇଁ ମନା କରିଥିଲେ । ବଞ୍ଚିଥିବା ଅବସ୍ଥାରେ ତାଙ୍କର କେହି ନ ଥିଲେ। ମୃତ୍ୟୁ ପରେ ମଧ୍ୟ କେହି ନାହାନ୍ତି । ଶବକୁ ପ୍ରଶାସନ ଓ ସମାଜସେବୀମାନେ ସକାଳୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଧରି ବୁଲିଥିଲେ। କିନ୍ତୁ ସଂସ୍କାର ପାଇଁ ଜାଗା ମିଳି ନଥିଲା। ତେବେ ପରବର୍ତ୍ତୀ ସମୟରେ ବାଲୁପାଙ୍ଗାଠାରେ ଗାତ ଖୋଳା ସରିଥିଲା ଓ ସମାଧି ଦେବାକୁ ଶବ ରଖା ହେଇଥିଲା ସେହି ସମୟରେ ବାଲୁପାଙ୍ଗା ଲୋକମାନେ ଆସି ମନା କରିଥିଲେ । ସେପଟେ ସରକାର ମଧ୍ୟ ଏହିପରି ଅସହାୟ ଅପରିଚିତ,ଦୀନହୀନ ଲୋକଙ୍କୁ ସମାଧି କିମ୍ବା ଶବ ସତ୍କାର କରିବା ପାଇଁ ଜାଗା ରଖି ନ ଥିବା ବେଳେ ଅଞ୍ଚଳର ଲୋକମାନେ ମଧ୍ୟ ଜାଗା ଦେଲେ ନାହି।ଦୀର୍ଘ ଘଣ୍ଟା ଶବକୁ ଧରି ବୁଲି ବୁଲି ଶେଷରେ ସେମାନେ ମୁଣ୍ଡିଆ ଉପରେ ଜାଗା ଦେଖାଇଥିଲେ ଓ ସେଠାରେ ଶବ ସମାଧି ଦିଆଯାଇଥିଲା । ଅନ୍ତିମ ସଂସ୍କାର କାର୍ଯ୍ୟରେ ନଗର ବିଧାୟକ ପ୍ରତିନିଧି ମଧୁଲିନା ଦିଗାଲ,ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଏଏସଆଇ ରବିନ୍ଦ୍ର ସେଠୀ,ବୁଲୁ ବେହେରା,ହାବିଲଦାର ବିଷ୍ଣୁ ସେଠୀ, ସମେତ ସମାଜ ସେବୀ ଆମନ ଚନ୍ଦ୍ର ନାୟକ,ସାମ୍ବାଦିକ ସାମନ୍ତ ଶେଖର ନାୟକ,ଏନ୍ ରାଜା ରାଓ, ସମାଜସେବୀ ରୋହିତ ପ୍ରଧାନ, ସୁବ୍ରମଣ୍ୟମ୍ ନାୟକ,ଏବଂ ରାଇକିଆ ପାଜିମାହା ଅଞ୍ଚଳର ଯୁବକମାନେ ଉପସ୍ଥିତ ରହି ଅନ୍ତିମ ସଂସ୍କାର କରାଇଥିଲେ ।

