ଶ୍ରେୟ ତରଙ୍ଗ ( ବ୍ୟୁରୋ ) : ଚିକିତ୍ସାଧୀନ ସମୟରେ ଖଣ୍ଡପଡ଼ା ରାଜା ସାହେବଙ୍କ ମୃତୁ ଘଟିଛି । ଶାରୀରିକ ଅସୁସ୍ଥତା କାରଣରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ରେ ଚିକିତ୍ସା ହେଉଥିଲେ ରାଜା ସାହେବ୍ ସ୍ଵର୍ଗତ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ଗତକାଲି ମଧ୍ୟରାତ୍ର ରେ ୭୦ ବର୍ଷ ବୟସ ରେ ପରଲୋକ ଘଟିଛି ।

ସ୍ବର୍ଗତ ରାଜା ସାହେବ୍ ଶ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ ଙ୍କ ବାପା ସ୍ବର୍ଗତ ହରିହର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ ଖଣ୍ଡପଡ଼ା ଗଡ଼ଜାତ ର ଶେଷ ରାଜା ତଥା, ପ୍ରଥମ ବିଧାୟକ ଥିଲେ । ତତ୍କାଳୀନ କଂଗ୍ରେସ ସରକାର ରେ ଚାରିଥର ବିଧାୟକ ହୋଇଥିବା ବେଳେ, ମନ୍ତ୍ରୀ ମଧ୍ୟ ହୋଇଥିଲେ । ୧୯୫୫ ଜାନୁଆରୀ ୪ ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ ରାଜା ସାହେବ୍ । ପରବର୍ତ୍ତୀ ସମୟରେ ଜାତୀୟ କଂଗ୍ରେସ ଦଳର ଯୋଗଦେବା ସହ, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ୧୯୮୦ ମସିହାରେ ନିର୍ବାଚନ ଲଢି ପ୍ରଥମ ବିଧାୟକ ହୋଇଥିଲେ । ୧୯୮୦ ରୁ ୧୯୮୫, ଦ୍ୱିତୀୟ ଥର ବିଧାୟକ ୧୯୮୫ ରୁ ୧୯୯୦ ମସିହା ପର୍ଯ୍ୟନ୍ତ ହୋଇଥିଲେ । ୧୯୯୦ ମସିହାରେ ଅରୁଣ ପଟ୍ଟନାୟକ ଙ୍କ ଠାରୁ ନିର୍ବାଚନ ଲଢି ହାରିଥିଲେ । ପରବର୍ତ୍ତୀ ସମୟରେ ପୁଣି ୧୯୯୫ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ତ୍ତୃତୀୟ ଥର ବିଧାୟକ ହେବା ସହ ଓଡ଼ିଶା ବିଧାନସଭା ର ଉପବାଚସ୍ପତି ହୋଇଥିଲେ । ହେମାନନ୍ଦ ବିଶ୍ଵାଳଙ୍କ ସରକାର ରେ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ପଦ ସମ୍ଭାଳିଥିଲେ ।

ସ୍ବର୍ଗତ ରାଜା ସାହେବ୍ ଶ୍ରୀଯୁକ୍ତ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ଅନେକ ବିକାଶ କରିଛନ୍ତି । ନଦୀବନ୍ଧ ଯୋଜନା, କେନାଲ, ଦ୍ୟାମ୍ ନିର୍ମାଣ କରିଥିଲେ । ଲୋକମାନଙ୍କ ସହ ସହଜରେ ମିଶୁଥିଲେ । ଅଭିଯୋଗ ଶୁଣୁଥିଲେ । ବିଶେଷକରି ଛାତ୍ର ଛାତ୍ରୀ ମାନଙ୍କ ସହ ମିଶିବାକୁ ପସନ୍ଦ କରୁଥିଲେ । କୋଷ୍କା ଠାରେ ଆୟୋଜିତ ହେଉଥିବା ପ୍ରତିବର୍ଷ ଶିଶୁ ଦିବସରେ ଛୋଟ ଛୋଟ ପିଲା ମାନଙ୍କ ସହ ମିଶି ବିଭିନ୍ନ କୌତୁକିଆ ପ୍ରଶ୍ନ ପଚାରୁ ଉପହାର ଦେଇଥିଲେ ।

( ଓଡ଼ିଶା ବିଧାସଭାର ଉପ ବାଚସ୍ପତି ସମୟରେ, ସହକର୍ମୀ ମାନଙ୍କ ସହ ଫାଇଲ ଫଟୋ )
ଶରୀର ଅସୁସ୍ଥତା କାରଣରୁ , ବେସି ସମୟ ଭୁନେଶ୍ବରସ୍ଥିତ ବାସ ଭବନରେ ରହୁଥିଲେ ମଧ୍ୟ, ମଝିରେ ମଝିରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ବୁଲି ଲୋକ ମାନଙ୍କ ସମସ୍ୟା ବୁଝୁଥିଲେ । ଦୁଃଖିରଙ୍କି ଙ୍କୁ ଦାନ କରୁଥିଲେ । ଖଣ୍ଡପଡ଼ା ରାଜନୀତି ରେ ରାଜବଂଶ ଦୀର୍ଘ ୪୦ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଶାସନ କରି ଆସିଛନ୍ତି । ଆଜି ମର ଶରୀର ଖଣ୍ଡପଡ଼ା ରାଜବାଟି କୁ ଆସିବା ପରେ, ରାଜବଂଶ ନୀତି ନିୟମ ଅନୁସାରେ, ଅନ୍ତିମ ସଂସ୍କାର ହେବ ଓ ଯୁବରାଜ ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶେଖର ସିଂହ ମର୍ଦ୍ଦରାଜ ନୂତନ ରାଜା ଭାବେ ଭୂଷିତ ହେବେ ।

( ରତାଖଣ୍ଡି ଠାରେ ଥିବା ଜରାନିବାସ ରେ, ଅସହାୟ ବୃଦ୍ଧ ବ୍ୟକ୍ତି ମାନଙ୍କ ସହ ରାଜା ସାହେବ୍ ଫାଇଲ ଫଟୋ )
ଓଡ଼ିଶା ରାଜନୀତି ରେ ସବୁବେଳେ ଚର୍ଚ୍ଚାରେ ରହି ଆସିଥିଲେ ସ୍ବର୍ଗତ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ। ତାଙ୍କ ମୃତୁ ଖବର ଶୁଣି ଖାଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ତାଙ୍କ ବାସ ଭବନରେ ପହଂଚି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏଥିସହ ଅନେକ ରାଜନେତା, ବିଧାୟକ, ମନ୍ତ୍ରୀ ବିଶେଷକରି ଖଣ୍ଡପଡ଼ା ଅଞ୍ଚଳ ବାସି ଗଭୀର ଶୋକ ପ୍ରକାଶ କରିଛନ୍ତି।

( ଖଣ୍ଡପଡ଼ା ରାଜା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ। ପାଖରେ ଛିଡ଼ା ହୋଇଛନ୍ତି ଯୁବରାଜ ତଥା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ମର୍ଦ୍ଦରାଜ)

