ନନୟାଗଡ଼ ( ଶ୍ରେୟ ତରଙ୍ଗ ): ରାଜ୍ୟରେ ବନ୍ଦ ଥିବା ଚିନିକଳ ଖୋଲିବ କି ? ଏମିତି ଏକ ପ୍ରଶ୍ନ ଏବେ ଓଡ଼ିଶା ବାସୀଙ୍କ ମନରେ ବାରମ୍ବାର ଆସୁଛି । କାରଣ ବର୍ତ୍ତମାନ ର ପୁରୀ ବିଜେପି ସାଂସଦ ସମ୍ବିତ ପାତ୍ର ନିର୍ବାଚନ ସମୟରେ ନୟାଗଡ଼ରେ ଭୋଟର ମାନଙ୍କୁ ପୂର୍ଣ୍ଣ ପ୍ରତିଶ୍ରୁତି ଦେଇ କହିଥିଲେ , ନିର୍ବାଚନ ଜିତିବାର ୧୦୦ ଦିନରେ ଚିନିକଳ ଖୋଲି କି ଦେଖେଇବେ । ଆ ଭିତରେ ରାଜ୍ୟରେ ନୂତନ ବିଜେପି ସରକାର ଆସିବାର ଏକ ବର୍ଷ ପୂରଣ ହୋଇସାରିଛି ଓ ବର୍ତ୍ତମାନ ରାଜ୍ୟସରକାର ଓଡ଼ିଶାର ପ୍ରତି ପଞ୍ଚାୟତ ରେ ବର୍ଷ ଏକ ଅନୁଭୂତି ଅନେକ କୁ ନେଇ ଉତ୍ସବ ପାଳନ କରୁଛନ୍ତି । କିନ୍ତୁ ନୟାଗଡ଼ ରେ ଚିନିକଳ ଖୋଲିବ ନା ନାଇଁ ତାକୁ ନେଇ ଏବେ ଚିନ୍ତାରେ ଆଖି ଚାଷୀ । ନୟାଗଡ଼ କୁ ସାଂସଦ ପାତ୍ର ଆସୁଥିଲେ ମଧ୍ୟ, ଚିନିକଳ କୁ ନେଇ ପାଟି ଖୋଲୁ ନାହାନ୍ତି । ତା ଅର୍ଥ ସମ୍ବିତ ପାତ୍ର ମିଥ୍ୟା ନିର୍ବାଚନ ଇସ୍ତାହାର ଦେଇ ଭୋଟ ନେଇ ଜିତିଲେ ବୋଲି ଆଲୋଚନା ହେଉଛି ।

କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀର ଗସ୍ତ ସମୟରେ ଚିନିକଳ ଖୋଲିବା ନେଇ ଚାଷୀ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଏଥିସହ ସମବାୟ ସେମିତି ର ଅତିରିକ୍ତ ରେଜିଷ୍ଟାର ଭକ୍ତବନ୍ଧୁ ସାହୁଙ୍କୁ ଚିନିକଳ ର ସ୍ଥିତି ସମ୍ପର୍କରେ ମସସ୍ତ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ଗସ୍ତ କରିଥିବା ବେଳେ, ଆସ୍କା ଚିନିକଳ ଅଧାଦିନ ବନ୍ଦ୍ ହେଉଥିବା ସମ୍ପର୍କରେ ଆଲୋଚନା କରିଥିଲେ । କିଭଳି ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପାରିବ, ସେ ନେଇ ଆଗାମୀ ଦିନରେ ଏହାର ତଦନ୍ତ ସହ ଓଡ଼ିଶାରେ ବନ୍ଦ୍ ରହିଥିବା ଚିନିକଳ ଗୁଡ଼ିକ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ଚେଷ୍ଟା କରିବେ ବୋଲି କହିଥିଲେ।

ରାଜ୍ୟରେ ଆସ୍କା, ବରଗଡ଼, ନୟାଗଡ଼ ବଡମ୍ବା , ବଲାଙ୍ଗୀର ଓ ଅନ୍ୟ ସ୍ଥାନ ରେ ଥିବା ଚିନିକଳ ଗୁଡ଼ିକ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ, ଓଡ଼ିଶାର ଚାଷୀଙ୍କ ଭାଗ୍ୟ ଖୋଲିବ । ଆଖୁଚାଷି ମାନେ ଲାଭବାନ ହେବେ । କିନ୍ତୁ ଗୋଟିଏ କେଜି ଚିନି ଉତ୍ପାଦନ କରିବାକୁ ୬୫ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ, ଏହାର ବଜାର ଦର ରହିଛି ମାତ୍ର ୪୫ ଟଙ୍କା । ଅର୍ଥାତ୍ ରାଜ୍ୟ ସରକାର ଙ୍କୁ ଗୋଟିଏ କେଜି ଚିନି ପାଇଁ ୨୦ ଟଙ୍କା କ୍ଷତି ସହିବାକୁ ପଡ଼ିବ ।

ବର୍ତ୍ତମାନ ଓଡ଼ିଶା ରେ ଥିବା ବନ୍ଦ୍ ରହିଥିବା ସମସ୍ତ ଚିନିକଳ ରୁ ପ୍ରାୟ ଶତକଡା ୯୦ ଭାଗ ଯନ୍ତ୍ରାଂଶ ଚୋରି ହୋଇ ସାରିଲାଣି । ଯାହାର ବଳିଷ୍ଠ ପ୍ରମାଣ ହେଉଛି , ନୟାଗଡ଼ ଚିନିକଳ । କେବଳ ଭଙ୍ଗା ଦଦରା ଘରକୁ ଛାଡ଼ି ଦେଲେ, କୋଟି କୋଟି ଟଙ୍କା ର ମୂଲ୍ୟବାନ ଯନ୍ତ୍ରପାତି, କେମିକାଲ, ଲେଦ, ଭଳି ବହୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ମାତ୍ର ଦଶ ବର୍ଷ ଭିତରେ ଚୋରି ହୋଇଗଲା । କ୍ରିୟାନୁଷ୍ଠାନ କମିଟି ବିଭିନ୍ନ ସମୟ ରେ ନୟାଗଡ଼ ଏସପି, ଜିଲ୍ଲାପାଳ , ଙ୍କୁ ଭେଟି ଚୋରି ହେଉଥିବା ବିଷୟ ରେ ଅବଗତ କରାଇଥିଲେ ମଧ୍ୟ, କିଛି ଲାଭ ହୋଇ ନଥିଲା । ଇଟାମାଟି ଓ ନୟାଗଡ଼ ଅଞ୍ଚଳ ରୁ ବିଭିନ୍ନ ସମୟ ରେ ବଡ ବଡ ଚୋରି ମଟର ଜବତ ହୋଇଥିଲେ ମଧ୍ୟ ପୋଲିସ ର ଆକ୍ସନ କେବଳ ଲୋକ ଦେଖାଣିଆ ଥିଲା ।

ଏହିଭଳି ସ୍ଥଳେ, ଆଜି ମୁଖ୍ୟମନ୍ତ୍ରୀ ଗଞ୍ଜାମ ଗସ୍ତ ସମୟ ରେ ଚିନିକଳ ସମ୍ପର୍କ ରେ ଆଲୋଚନା କରିଛନ୍ତି । ଏହା ମୃତ ସଂଜୀବନୀ ଭଳି ଏବେ ଓଡ଼ିଶାର ଲୋକଙ୍କ ମନ ରେ ଆସା ସଂଚାର କରିଛି । ଯଦି ଓଡ଼ିଶା ରେ ବନ୍ଦ୍ ଥିବା ଚିନିକଳ ଗୁଡ଼ିକ ଖୋଲା ଯାଏ, ତାହେଲେ, ଚାଷୀ ଙ୍କ ଉନ୍ନତି ସହ, ନୂତନ ନିଯୁକ୍ତି ସୃଷ୍ଟିହେବ । ଏଥିସହ ଅଧିକାଂଶ ଚିନିକଳ କ୍ଷତିରେ ଚାଲିଥିବାରୁ କ୍ଷତି ଭରଣା ପାଇଁ ଇଥାନଲ ଭଳି ବାଇ-ପ୍ରଡକ୍ଟ ବା ଉପ-ସାମଗ୍ରୀ ବି ଉତ୍ପାଦନ ହେବ । ତେବେ ନୟାଗଡ଼ ଜିଲ୍ଲା ସହ ଓଡ଼ିଶା ରେ ଅନ୍ୟ ସ୍ଥାନ ଗୁଡିକ ରେ କେବେ ଚିନିକଳ ଖୋଲିବ ? ଏବେ ସମସ୍ତେ ଅପେକ୍ଷାରେ ଅଛନ୍ତି । ବିଗତ ଦିନରେ। ଦିଲ୍ଲୀ ଦରବାର ରେ ନୟାଗଡ଼ ର ଚିନି ସବୁଠାରୁ ଉତ୍କୃଷ୍ଟ ଚିନି ବୋଲି ପ୍ରମାଣିତ ହୋଇବାରିଛି । ଯଦି ନୟାଗଡ଼ ଚିନିକଳ ଖୋଲେ, ତାହେଲେ ନୟାଗଡ଼ ଜିଲ୍ଲାର ଚାଷୀ ମାନଂକ ଭାଗ୍ୟ ନିଶ୍ଚୟ ଖୋଲିବ ।

