ନୟାଗଡ଼ (ଶ୍ରେୟ ତରଙ୍ଗ ): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା, ଧାନଚାଙ୍ଗଡ଼ା ଗ୍ରାମରେ ବାପାର ଦ୍ୱିତୀୟ ବିବାହ ପାଇଁ, ପ୍ରସ୍ତାବ ଆସିବା ପରଦିନ ଦୁଇ ନାବାଳକ ପୁଅ ଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଘର ଭିତରୁ ମିଳିଛି ।

ଖବର ପାଇ ଫତେଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ଛାନ ଭିନ୍ନ କରୁଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାଇ ଧାନଚାଙ୍ଗଡ଼ା ଗ୍ରାମର ଅଚ୍ୟୁତ ମହାନ୍ତିଙ୍କ ପୁଅ ପ୍ରକାଶ ମହାନ୍ତି ୧୫ ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର ଦୁଇଟି ପୁଅ ଥିବା ଜଣାପଡିଛି। ବଡ଼ପୁଅକୁ ୧୪ ବର୍ଷ ହୋଇଥିଲାବେଳେ ସାନପୁଅକୁ ୧୧ ବର୍ଷ ହୋଇଥିଲା। ପ୍ରକାଶଙ୍କ ସ୍ତ୍ରୀ କୁମ ୩ ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ। ପୁନର୍ବାର ପ୍ରକାଶ ଦ୍ୱିତୀୟ ବିବାହ ପାଇଁ ଗତକାଲି ପ୍ରସ୍ତାବ ଆସିବାରୁ ଦୁଇ ପୁଅ ବେକରେ ଲୁଗାବାନ୍ଧି ଝୁଲିପଡି ଆତ୍ମହତ୍ୟା କରିଥିବା ପୁଅର ବାପା ଅଚୁତ ମହାନ୍ତି କହିଛନ୍ତି। ଏପଟେ ଦ୍ଵିତୀୟ ବିବାହ କରିବା ପାଇଁ ପୁଅକୁ ମାରି ଝୁଲାଇ ଦେଇଥିବା ଗ୍ରାମରେ ଆଲୋଚନା ହେଉଛି। ଖବର ପାଇ ଫତେଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଦୁଇ ପିଲାଙ୍କ ବାପା ପ୍ରକାଶଙ୍କୁ ଅଟକ ରଖିଥିବା ଜଣାପଡିଛି।ପରେ ନୟାଗଡ଼ ଏସ୍ପି ଏବଂ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ଦୁଇ ନାବାଳକ ଙ୍କ ମୃତ୍ୟୁ ର ପ୍ରକୃତ ରହସ୍ୟ ଜାଣିବା ପାଇଁ ସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡିଛି। ତେବେ ମୃତ ଦୁଇ ନା ବାଳକ ଙ୍କ ଆଈ ଏବଂ ମାମୁଁ ଭିନ୍ନ ବୟାନ ଦେଇଛନ୍ତି। ଆଈ ଙ୍କ କହିବା ଅନୁଯାୟୀ ତାଙ୍କ ନାତି ଙ୍କୁ ବାପା ପ୍ରକାଶ ସୁ ଚିନ୍ତିତ ହତ୍ୟା କରିଛି |

ଏହି ଘଟଣା ପରେ ନୟାଗଡ଼ ଏସପି ଗଣ ମାଧ୍ୟମ ଆଗରେ କହିଛନ୍ତି, ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ ହୋଇ ଯାଇଛି । ପୋଷ୍ଟ ମତମ୍ ରିପୋର୍ଟ ଆସିବା ପରେ, ତଦନ୍ତ ଅଧିକ କ୍ରିୟାଶୀଳ ହେବ ଏବଂ କେଉଁ କାରଣ ରୁ ଦୁଇ ନାବାଳକ ଙ୍କ ମୃତୁ ହୋଇଛି, ଘଟଣାର ଉନ୍ମୋଚନ ହେବ ।

