କଟନି ଛଟନି କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବରିଷ୍ଠ ରାଜନେତା ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ । ପୂର୍ବ ବିଜୁ ଜନତା ଦଳ ସରକାର ରେ ବହୁ ଗୁରୁତ୍ଵ ପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ଵ ସମ୍ଭାଲିଥିବା ଅରୁଣ, ଆଜି ଗଣ ମାଧ୍ୟମ ସାମ୍ନା ରେ କହିଛନ୍ତି, ମନ୍ତ୍ରୀ ମାନେ ନିଜେ ଜାଣି ନାହାନ୍ତି ସେ ହେଉଛନ୍ତି ନିଜ ବିଭାଗ ର ମୁଖ୍ୟ । ମନ୍ତ୍ରୀ ମାନଙ୍କୁ ପଚାରିଲେ କହୁଛନ୍ତି, ଆମେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି କହିବୁ ବୋଲି । ବାବୁ ରାଜ ଚାଲିବ ନାହିଁ କହୁଥିବା ସରକାରରେ ମନ୍ତ୍ରୀ ମାନେ ଏବେ ବାବୁ ମାନଙ୍କ କବଜାରେ ।

ଏବେ ଚାଷୀମାନେ ମଣ୍ଡିରେ ଧାନ ଦେଉଥିବା ବେଳେ, ଦଶ କେଜି ପର୍ଯ୍ୟନ୍ତ ଧାନ ମିଲର ମାନେ କାଟୁଛନ୍ତି । ଚାଷୀ ତାର ପ୍ରକୃତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛି । ଡବଲ ଇଞ୍ଜିନ ସରକାର ରେ ଡବଲ କଟନି ଛଟନି ହେଉଥିବା ଅଭିଯୋଗ ହେଉଛି ବୋଲି କହିଛନ୍ତି ।

ଆଜି ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ଚାଷୀ ଓ ମିଲର ମାନଙ୍କ ଉପରେ ନିଷ୍ପତି ଛାଡ଼ି ଦେବାକୁ ରାଜ୍ୟର ଜଣେ ବରିଷ୍ଠ ଆଇଏସ ଅଫିସର କହିଛନ୍ତି । ଚାଷୀଙ୍କ ପେଟକୁ ନାତ କରିବା ପାଇଁ ମିଲରଙ୍କ ଠାରୁ ଆରମ୍ଭ କରି ଅଫିସର ପର୍ଯ୍ୟନ୍ତ ସମସ୍ତେ ଚଞ୍ଚକତା କରିଥିବା ବେଳେ, ଚାଷୀଙ୍କ ଠାରୁ ଧାନ କିଣା ବେଳେ, କଟନି ଛଟନି ହେବ ନାହିଁ । ଆବଶ୍ୟକ ପଡିଲେ ସଂପୃକ୍ତ ମିଲରଙ୍କୁ ବ୍ଲାକ ଲିଷ୍ଟ କରାଯିବ ବୋଲି କହିଛନ୍ତି ।

