ଶ୍ରେୟ ତରଙ୍ଗ ବ୍ୟୁରୋ : ପାକିସ୍ତାନ ଆତଙ୍କି ବିରୁଦ୍ଧରେ ଭାରତର ଅଭିଯାନ ଅପରେସନ ସିନ୍ଦୂର କୁ ବିଶ୍ୱରେ ସବୁ ରାଷ୍ଟ୍ର ପ୍ରଶଂସା କରିଛନ୍ତି । ଗତ ମାସ ୨୨ ତାରିଖ ରେ କାଶ୍ମୀର ପେହେଲଗାମ୍ ଠାରେ, ଆକ୍ରମଣ କରିଥିଲେ ଆତଙ୍କବାଦ । କଲମା ପଢିବାକୁ କହିଥିଲେ, ଯେଉଁମାନେ ପଢ଼ି ପାରିଲେ ନାହିଁ, ସେମାନଙ୍କ ପରିବାର ଆଗରେ ଗୁଳି କରି ହତ୍ୟା କରିଥିଲେ । ଏଥିରେ ଭାରତ ସରକାର , ତିନିସେନା ମୁଖ୍ୟ ରଣନୀତି ପ୍ରସ୍ତୁତ କରି, ପାକିସ୍ତାନ ର ବିଭିନ୍ନ ସହର ରେ ଥିବା ଆତଙ୍କ ବାଦି ଆଡ୍ଡା, ଏୟାର ବେସ ଉପରେ ଭାରତ ବାୟୁସେନା ପକ୍ଷରୁ ଜୋରଦାର ଆକ୍ରମଣ ହୋଇଥିଲା । ଭାରତ ପାକିସ୍ତାନ ଏହି ଯୁଦ୍ଧରେ ତୁର୍କୀସ୍ତାନ ପାକିସ୍ତାନ ସପକ୍ଷରେ ରହିବା ସହ ବିଭିନ୍ନ ଯୁଦ୍ଧାସ୍ତ୍ର , ଡ୍ରୋନ୍, ଯୋଗେଇ ଦେବା ସହ

ଆରବ ସାଗର ରେ , ଭାରତୀୟ ନୌସେନା ବିକ୍ରାନ୍ତ ସହ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଉଥିଲା । ଏଥିସହ ପାକିସ୍ତାନ ଆତଙ୍କି ମାନଙ୍କ ସହ ସମର୍ଥନ ଜନେଇଥିଲା । ଭାରତର ରାତି ଅଧିଆ ଆକ୍ରମଣ କୁ ମଧ୍ୟ ଦୃଢ଼ ବିରୋଧ କରିଥିଲା ।

ଭାରତ ତରଫରୁ ତୁର୍କୀ ସହ କୌଣସି ବ୍ୟବସାୟ ହେବ ନାହିଁ । ବିଶେଷକରି ତୁର୍କୀ ସେଓ, ବିଭିନ୍ନ ପ୍ରକାର ଡ୍ରାଏଫ୍ରୁଡ୍, ମସଲା କାରବାର ନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ସେହିଭଳି ତୁର୍କୀ ର ପର୍ଯ୍ୟଟନ ସ୍ଥଳୀ କୁ ନ ଯିବା ପାଇଁ ବିଭିନ୍ନ ଟ୍ରାଭେଲ ଏଜେନ୍ସି ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଦ୍ଵାରା ତୁର୍କୀ ର ଅର୍ଥନୈତିକ ଉପରେ ଏହାର ବହୁତ୍ ବଡ ପ୍ରଭାବ ପଡ଼ିବ ବୋଲି ବିଶେଷ୍ଞମାନେ ମତ ରଖିଛନ୍ତି । ପୂର୍ବରୁ ଚୀନ ଉପରେ ମଧ୍ୟ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା । ଯାହାଦ୍ବାରା ଚୀନ ବହୁ ଆର୍ଥିକ କ୍ଷତି ସହିଛି । ଅପରେସନ ସିନ୍ଦୂର ରେ ଚୀନ, ପାକିସ୍ତାନ ସହ ପ୍ରତ୍ୟକ୍ଷ ଭାବେ ଛିଡ଼ା ହୋଇନଥିଲା । ଭାରତ ତୁର୍କୀ ସହ ବାଣିଜ୍ୟ କାରବାର ସମ୍ପର୍କ ଛିନ୍ନ ପରେ, ତୁର୍କୀ ର ଆର୍ଥିକ ବଜାର ମାନ୍ଦା ହେବ ସହ, ବହୁତ୍ ବଡ କ୍ଷତି ସହିବ ବୋଲି ଏକ୍ସପର୍ଟ ମାନେ କହିଛନ୍ତି ।

