ନୟାଗଡ଼ (ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଦଶମ ସାଧାରଣ ଅଧିବେଶନ ସଭା ଚାଲିଥିବା ବେଳେ, ବିଡିଓଙ୍କ ଉପସ୍ଥିତିରେ ଫାଲଲ ଫିଙ୍ଗିଲେ ଦଶପଲ୍ଲା ବିଜେଡି ବିଧାୟକ ରମେଶ ଚନ୍ଦ୍ର ବେହେରା

ସରକାରୀ ଅଧିକାରୀଙ୍କ ଉପରେ ରାଗ ତମ ତମ ହୋଇ ବୈଠକ ଅଧାରୁ ଉଠିଗଲେ । ବିଧାୟକଙ୍କ ଅଭିଯୋଗ, ମନମୁଖୀ କାର୍ଯ୍ୟ କରୁଛନ୍ତି ବିଭାଗୀୟ ଅଧିକାରୀ ମାନେ । ବିଡିଓ ଅମୃତ କୁମାର ରାଉଳଙ୍କ ଉପରେ ରାଗିଲେ । ଫାଲଲ ଫିଙ୍ଗି ଦେଲେ । ବୈଠକ ଅଧାରୁ ଉଠି ବି ଗଲେ ।

ନୂଆଗାଁ ବ୍ଲକ୍ ର ସମସ୍ତ ୨୨ ଗୋଟି ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ମେମ୍ବର ଓ ବ୍ଲକ୍ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।ନିର୍ଦ୍ଦିଷ୍ଟ କିଛି ସରପଞ୍ଚ ମାନଙ୍କ ଅଭିଯୋଗ , ପଞ୍ଚାୟତ ରେ ହେଉଥିବା ଉନ୍ନତି ମୂଳକ କାର୍ଯ୍ୟକ୍ରମ,ସେମାନଙ୍କୁ ନ ଜନାଇ କରାଯାଇଛି । ୱାର୍କ ଅର୍ଡର ଜେଇଙ୍କ ନାମରେ ଥିଲାବେଳେ, କେଉଁ ଠିକାଦାର କରୁଛନ୍ତି, କିଛି ଜଣା ପଡ଼ିନାହିଁ । ଯାହାକୁ ନେଇ ସରପଞ୍ଚ ମାନେ ଅଭିଯୋଗ କରିଥିଲେ।

ପୂର୍ବ ସରକାର ସମୟରେ ପାସ ହୋଇଥିବା ବିଲ ଓ କାମ ଏ ପର୍ଯ୍ୟନ୍ତ ସରି ନାହିଁ । ଅନେକ ରାସ୍ତା, ଗାଁ କ୍ଲବ୍ ଘର, ମନ୍ଦିର, ପାଚେରୀ, ପୋଖରୀ ଉନ୍ନତି କରଣ କାମ ଏବେବି ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି । ଯାହାକୁନେଇ ବିଧାୟକ, ବିଡ଼ିଓ ଙ୍କୁ ପ୍ରଶ୍ନ କରିଥିଲେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ପାଇ ନଥିଲେ । ଏଠି ପ୍ରଶ୍ନ କାହିଁକି ଚୁପ ରହିଲେ ବିଡିଓ ।

