ନୂଆଗାଁ: (ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ପୋବଲା ଗ୍ରାମରେ ନିଆଁ ଲାଗି ଚାରି ବଖରା ଘର ପୋଡିଯାଇଥିବା ଜଣା ପଡ଼ିଛି।ସୂଚନା ଥାଉକି ପୋବଲା ଗ୍ରାମର ସାମ୍ବାଦିକ ପ୍ରଦୀପ କୁମାର ଜାନୀ ଙ୍କ ସହିତ ବିଜୟ କୁମାର ଜାନୀ , ବିମଳା ଜାନୀ,କାର୍ତ୍ତିକ ଜାନୀ ଙ୍କ ଚାରି ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି।ଘଟଣା ସ୍ଥଳରେ ଖବର ପାଇ ନୂଆଗାଁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।ଘର ପୋଡିଯାଇଥିବା ଲୋକମାନେ ଆଦିବାସୀ ସଂପ୍ରଦାୟର । ସେମାନଙ୍କର ଆର୍ଥିକ ସ୍ୱଚ୍ଛଳ ଭଲ ନାହିଁ ଘର ପୋଡିରେ ସମସ୍ତ ଆସବାପତ୍ର ପୋଡ଼ି ଯାଇଥିବାରୁ, ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ବିଭିନ୍ନ ମହଲ ରୁ ଦାବି ହୋଇଛି ।


