ନନୟାଗଡ଼, (ଶ୍ରେୟ ତରଙ୍ଗ): ନବ ନିର୍ମାଣ କୃଷକ ସଂଗଠନ ତରଫରୁ ନୟାଗଡ଼ ଜିଲ୍ଲାପାଳ ଅଫିସ ଆଗରେ ଧାରଣା ରେ ବସିଲା ନବ ନିର୍ମାଣ କୃଷକ ସଂଗଠନ । ଜିଲ୍ଲାରେ, ମଣ୍ଡିରେ ଚାଷୀଙ୍କ ଠାରୁ ଧାନ କିଣିବା ବେଳେ, ଅଘୋଷିତ ଦଶ ବାର କେଜି ଧାନ କାଟ ଓ ଜିଲ୍ଲା ପ୍ରଶାସନର ନିରବତା ବିରୁଦ୍ଧରେ ଧାରଣା ଦିଆ ଯାଇଥିଲା ।

ଚାଷୀ ଆନ୍ଦୋଳନ ପରେ ଏ ଆର ସି ଏସ ଜିଲ୍ଲାର ଦଶଟି ସମବାୟ ସମିତି କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଜିଲ୍ଲାରେ ଶହେ ସତଷଠି ଟି ମଣ୍ଡି ଥିବାବେଳେ, ସବୁ ମଣ୍ଡିରେ ଅଘୋଷିତ କାଟ ହେଉଛି ତେଣୁ, ସବୁ ଧାନ ମଣ୍ଡି ଉପର ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆଯାଉ ସମ୍ପାଦକ ଓ ଏଥିରେ ସାମିଲ ଥିବା ସମସ୍ତ କର୍ମଚାରୀଙ୍କ ଉପରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ଚାଷୀ ମାନେ ଦାବି କରିଥିଲେ ।

ଜିଲ୍ଲାପାଳ ଆସି ଦାବି ପତ୍ର ନେଇଥିଲେ । ଆଜିର ଆନ୍ଦୋଳନରେ ଜିଲ୍ଲା ସଂଯୋଜକ ପ୍ରସନ୍ନ ପ୍ରଧାନ, ଭାପୁର ସଂଯୋଜକ ଅଭିମନ୍ୟୁ ଗୁମନ ସିଂହ ପଞ୍ଚାନନ ମୁଦୁଲି, ସମରେନ୍ଦ୍ର ନାୟକ, କାହୁଁ ଗୋ, ପ୍ରଫୁଲ୍ଲ ପଣ୍ଡା ପ୍ରସନ୍ନ ସିଂହ, ଦୁର୍ଯୋଧନ ପାଳ, ରବୀନ୍ଦ୍ର ବରାଡ, ଵାଇନାଥ ସାହୁ ମଙ୍ଗୁଳି ବେହେରା ବ୍ରଜବନ୍ଧୁ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ

