ଆକ୍ସନ ମୁଡ ରେ ଖଣ୍ଡପଡ଼ା ବିଧାୟକ ଓ ପରିବହନ ଖଣି ବିଭାଗ ମନ୍ତ୍ରୀ । ମହାନଦୀ ରୁ ବାଲି ଚୋରା ଚାଲାଣ ବେଳେ, ନିଜେ ମନ୍ତ୍ରୀ ଓ ବିଧାୟକ ଧରିଲେ ବାଲି ଚାଲାଣ ରେ ଲାଗିଥିବା ହାଇୱା ଗାଡ଼ିକୁ । ଖଣ୍ଡପଡ଼ା ଥାନା ବରକୋଳି ଛକ ଠାରେ ସମସ୍ତ ଗାଡ଼ି ଗୁଡ଼ିକ ଅଟକେଇ କାଗଜ ପତ୍ର ଯାଞ୍ଚ କରିଥିବା ବେଳେ, ଖଣ୍ଡପଡ଼ା ଥାନା ରେ ସମସ୍ତ ଗାଡ଼ି ଗୁଡ଼ିକ ଅଟକ ରହିଛି ।

( ଚୋରା ବାଲି ଚାଲାଣ ବେଳେ ସ୍ପଟରେ ବାଲି ଗାଡି ଧରିଲେ ମନ୍ତ୍ରୀ ବିଧାୟକ, କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଲେ )
ନକଲି କାଗଜ ପତ୍ର ରେ ମହାନଦୀ ରୁ ପ୍ରତିଦିନ ହଜାର ହଜାର ଟ୍ରିପ ବାଲି ଚୋରା ଚାଲାଣ ହେଉଛି। ନୟାଗଡ଼ ଜିଲ୍ଲାରେ ଗଣିଆ, ଖଣ୍ଡପଡ଼ା ଓ ଭାପୁର ବ୍ଲକ ସୀମା ଦେଇ ପାଖାପାଖି ୮୦କିମି ରୁ ଅଧିକ ମହାନଦୀ ପ୍ରବାହିତ ହୋଇଛି । କାଗଜ ପତ୍ର ରେ ହାତ ଗଣତି କିଛି ସ୍ଥାନ ରୁ ବାଲି ଉଠେଇବା ପାଇଁ, ସରକାରୀ ବାଲିଘାଟ ନିଲାମ ଦେଇଥିବା ବେଳେ, ସରକାରୀ ବାବୁ ଙ୍କ ଜାଣତରେ ଏକାଧିକ ସ୍ଥାନରୁ ବାଲି ଚୋରା ଚାଲାଣ ହେଉଛି । ସେହିଭଳି ସରକାର ନିୟମ ଅନୁସାରେ, ଯେଉଁ କାଗଜରେ ବାଲି ଉଥାନ ହେବା କଥା, ନିୟମକୁ ଉଲ୍ଲଂଘନ କରି ନକଲି କାଗଜ ପତ୍ରରେ ବାଲି ଚୋରା ଚାଲାଣ ହେଉଥିବାରୁ, ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ସହୁଛନ୍ତି । ସରକାରଙ୍କ ରାଜସ୍ବ କ୍ଷତି ପଛରେ ଖୋଦ୍ ଜିଲ୍ଲା ପ୍ରଶାସନ ର ବଡ ଅଫିସରମାନେ ହିଁ ଦାୟୀ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି । ଏହି ଚୋରା ବାଲି ଚାଲାଣ ପଛରେ ଜିଲ୍ଲାର ରାଜନେତା ମାନଙ୍କ ଛାତ୍ର ଛାୟା ତଳେ ରହି କିଛି ଦଲାଲ ମାଲେମାଲ ହେଉଥିବା ବେଳେ, ପ୍ରଶାସନ କୁ ଢାଲ କରି, ଖଣି ମାଫିଆ ମାନେ ଜିଲ୍ଲା ରେ ଏକ ପ୍ରକାର ଆତଙ୍କ ଚଲେଇ ଛନ୍ତି ।

କଣ୍ଟିଲୋ ନୀଳମାଧବ ଙ୍କ ସୁନାବେଶ ଦର୍ଶନ ସାରି, ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ ଫେରୁଥିବା ବେଳେ, ଖଣ୍ଡପଡ଼ା ବରକୋଳି , ବାଇପାସ୍ ରେ ଏକାଧିକ ବାଲି ବୋଝେଇ ହାଇୱେ ଗାଡ଼ି କୁ ଦେଖି ଅଟକ ରଖିବା ସହ କାଗଜ ପତ୍ର ଯାଞ୍ଚ କରିଥିଲେ । ନକଲି କାଗଜ ପତ୍ରରେ ବାଲି ଚାଲାଣ ହେଉଥିବାର ଦେଖି, ପୋଲିସ, ଆର୍ଟିଓ ଓ ଖଣି ଅଧିକାରୀ ଙ୍କୁ ଫୋନ କରି ଡାକିଥିଲେ । ଖଣ୍ଡପଡ଼ା ଥାନା ରେ ସମସ୍ତ ଗାଡ଼ି ଗୁଡ଼ିକ ଜବତ କରାଯାଇ ରଖାଯାଇଛି । ବାଲି ଗାଡି ଅଟକାଇବା ସହ ସଙ୍ଗେ ସଙ୍ଗେ ଆକ୍ସନ ନେବାକୁ ନିର୍ଦେଶ ଦେଇଥିଲେ l ନିର୍ଦେଶ ପରେ ନୟାଗଡ଼ RTO , ଖଣି ବିଭାଗ ଏବଂ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଚୋରା ବାଲି ବୋଝେଇ ହାଇୱାକୁ ଅଟକାଇଥିଲେ ପରେ ସ୍ଥାନୀୟ ତହସିଲଦାର, ପୋଲିସ ଏବଂ RTOଙ୍କୁ ଯାଞ୍ଚ ନିର୍ଦେଶ ଦେଇଥିଲେ l ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହିଥିଲେ l ଗାଡି ଯାଞ୍ଚ ବେଳେ ଡୁପ୍ଳିକେଟ ଚାଲାଣରେ ବାଲି ଚାଲାଣ ହେଉଥିବା ତଥ୍ୟ ସାମ୍ନାକୁ ଆସିଥିଲା ଏବଂ ଚାଲାଣ ହେଉଥିବା ଗାଡିଗୁଡିକ ର କାଗଜପତ୍ର ଠିକ ନଥିବାରୁ ଗାଡ଼ି ଗୁଡ଼ିକୁ ଖଣ୍ଡପଡ଼ା ପୋଲିସ ଜିମାରେ ରଖାଯାଇଛି l ବାଲି ଚୋରା ଚାଲାଣ ହେଉଥିବା ସମ୍ପର୍କରେ ଖଣି ଅଧିକାରୀଙ୍କୁ ପଚାରିବାରୁ ଖଣି ଅଧିକାରୀ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ଏହି ଥିରୁ ଅନୁମାନ କରାଯାଉଛି ବାଲି ମାଫିଆ ମାନେ ଖଣି ଅଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଙ୍କୁ ହାତକରି ଦୈନିକ ବେଧଡକ ବାଲି ଚୋରା ଚାଲାଣ କରୁଛନ୍ତି। ଅଟକ ରହିଥିବା ମୋଟ 10ଟି ଗାଡିରୁ କାଗଜପତ୍ର ଠିକ ନଥିବା 4ଟି ଗାଡିକୁ 1 ଲକ୍ଷ 94 ହଜାର 698 ଟଙ୍କା ଫାଇନ ପଡ଼ିଥିବା ସୂଚନା ମିଳିଛ ।

