ନୟାଗଡ଼, (ଶ୍ରେୟ ତରଙ୍ଗ): ନୟାଗଡ଼ ଖେଳ ପଡିଆରେ ଆଜି ଠାରୁ ସର୍ବ ଭାରତୀୟ ଫୁଟବଲ କପ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ୭୮୬ ୟୁଥ କ୍ଲବ ସିନ୍ଦୁରିଆ, ନୟାଗଡ଼ ଆଥଲେଟିକ ଆସୋସିଏସନ ଓ ନୟାଗଡ଼ କ୍ଲବ ମିଳିତ ଉଦ୍ୟମରେ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି ।

ଉଦ୍ଘାଟନ ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଇଂ. ଏସ କେ ଇସୁବ, ପ୍ରଫେସର ଅଶୋକ କୁମାର ନାୟକ, ଆଲୋକ କୁମାର ଦାସ, ଅନୁୱର ଅଲ୍ଲୀ, ନୟାଗଡ଼ ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା ଓ ଆଲୋକ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଖେଳ ଆରମ୍ଭରୁ ଦିଗମ୍ବତ ଫୁଟବଲ ଖେଳାଳୀ ରୋଟାରିଆନ ଆରିଫ ଖାଁ ଓ ଶିବୁନ ମହାନ୍ତିଙ୍କ ପରଲୋକ ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସାଇ ହାଲ ସୁନାବେଢ଼ା ବନାମ ମଙ୍ଗଳା କ୍ଲବ କଟକ ମଧ୍ୟରେ ଚିତା କର୍ଷକ ଖେଳରେ ମଙ୍ଗଳା କ୍ଲବ କଟକ ସାଇ ହାଲ ସୁନାବେଢ଼ାକୁ ୬ ଗୋଟି ଗୋଲ ଦେଇଥିବା ବେଳେ ସାଇ ହାଲ ସୁନାବେଢ଼ା ମଙ୍ଗଳା କ୍ଲବ କଟକକୁ ଦୁଇ ଗୋଟି ଗୋଲ ଦେଇଥିଲା । ଏଥିରେ ମଙ୍ଗଳା କ୍ଲବ କଟକ ୬-୨ ଗୋଲରେ ବିଜୟ ଲାଭ କରି ସେମି ଫାଇନାଲକୁ ଉତିର୍ଣ୍ନ ହୋଇଛି । ଆଜିର ଖେଳରେ ମଙ୍ଗଳା କ୍ଲବ କଟକର ୧୦ ନମ୍ବର ଖେଳାଳୀ ଦୀନବନ୍ଧୁ ଦାସ ଶ୍ରେଷ୍ଠ ଖେଳାଳୀ ଭାବେ ମନୋନୀତ ହୋଇଛନ୍ତି ।

