ନୟାଗଡ଼ (ଶ୍ରେୟ ତରଙ୍ଗ): ବହୁ ଚର୍ଚ୍ଚିତ ଫତେଗଡ ଥାନା ଧାନଚାଙ୍ଗଡା ଗ୍ରାମରେ ଦୁଇ ନାବାଳକଙ୍କ ଝୁଲନ୍ତା ଶବ ଉଦ୍ଧାର ଘଟଣା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୁଲିସ ପ୍ରମାଣ ପାଇଛି। ନିଜେ ବାପା ଦୁଇ ନାବାଳକ ଙ୍କ ତଣ୍ଟିଚିପି ହତ୍ୟା କରିଥିବା ବେଳେ, ଜେଜେ ମାଆ ମୁଖ୍ୟ ସହଯୋଗୀ ବୋଲି ପୋଲିସ ତଦନ୍ତ ରୁ ଜାଣିବାକୁ ପାଇଛି ।

ଆଇ, ମାମୁଙ୍କ ଅଭିଯୋଗ ତଥା, ଗ୍ରାମବାସୀ ଙ୍କ ଅଭିଯୋଗକୁ ଭିତି କରି, ନୟାଗଡ଼ ପୁଲିସ ବୁଧବାର ଦିନ ୭ ଜଣଙ୍କୁ ଜେରା କରିବା ପରେ ବାପା ଓ ଜେଜେ ମାଆକୁ ଗିରଫ କରିଛି। ଧାନଚାଙ୍ଗଡା ଗ୍ରାମରେ ରବିବାର ରାତିରେ ପ୍ରକାଶ ମହାନ୍ତିଙ୍କ ଦୁଇ ନାବାଳକ ସ୍କୁଲ ପଢୁଥିବା ପୁଅଙ୍କ ଝୁଲନ୍ତା ମୃତଦେହ ସୋମବାର ସକାଳୁ ଉଦ୍ଧାର କରାଯାଇଥିଲା। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଜା ଆଇ ଓ ମାମୁ ଅଭିଯୋଗ କରିଥିଲେ |୧୮ ଫୁଟ ଉଚ୍ଚ ସିଡି ଘର ବହ୍ଲାରେ ଦୁଇ ନାବାଳକ ଆକାଶ ଓ ବିକାଶଙ୍କ ଲୁଗାରେ ଓହଳି ମରିବା ଘଟଣା ପୁଲିସ ଓ ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା I ଫତେଗଡ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା | ନୟାଗଡ଼ ଏସ୍ପି ଏସ ସୁଶ୍ରୀ, ଫତେଗଡ ଥାନା ଆଇଆଇସି ପଞ୍ଚାନନ ପରିଡ଼ା, ଏସ୍ଡିପିଓ ମଦନମୋହନ ପ୍ରଧାନ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ ।

ପ୍ରକାଶ ଦୁଇ ପୁଅଙ୍କ ମୃତ ଦେହକୁ ଓହ୍ଲାଇବା ସମୟରେ ଲୁଗାକୁ ନ କାଟିବା ସନ୍ଦେହ ସୃଷ୍ଟି କରିବା ସହ କିପରି ଲୁଗା ଗଣ୍ଠି ଖୋଲାଗଲା ବୋଲି ପ୍ରଶ୍ନ ଉଠିଥିଲା । ମୃତ ଦୁଇ ବାଳକଙ୍କ ବାପା ପ୍ରକାଶ ମହାନ୍ତି ହତ୍ୟା କାରି ବୋଲି ପ୍ରାଥମିକ ତଦନ୍ତ ଜଣା ପଡ଼ିଥିଲା | ଜେଜେ ମାଆ ସଉରୀ ମହାନ୍ତି ସବୁ ଜାଣି ପୁଅକୁ ସମର୍ଥନ କରିବା ସହ, ଘଟଣାକୁ ଲୁଚାଇବାକୁ ଚେଷ୍ଟା କରିଥିବା ଜଣା ପଡିଥିଲା । ଏଥିସହ ପୋଲିସ ଆଗରେ ବାରମ୍ବାର ବୟାନ ପରିବର୍ତନ କରୁଥିଲା ଆସାମୀ ବାପା

ମାଆ ସହ ପ୍ରକାଶ ମହାନ୍ତିଙ୍କ ପଡୋଶୀ ବଡ ବାପ ପୁଅ ଭାଇ ଯୋଗୀନାଥ ମହାନ୍ତି, ତାଙ୍କ ସ୍ତ୍ରୀ ଶୈଳବାଳା, ମୃତ ଦୁଇ ନାବାଳକଙ୍କ ଜେଜେ ବାପା ଅଚ୍ୟୁତ ମହାନ୍ତି ଓ ପଡୋଶୀ ହରି ମହାନ୍ତି ଓ ବିନୋଦ ମହାନ୍ତିଙ୍କୁ ଉଠାଇ ଆଣି ଦିନ ତମାମ ଜେରା କରିବା ପରେ ଘଟଣା ଉପରୁ ପରଦା ହଟିଥିଲା | ହତ୍ୟା ଅଭିଯୋଗରେ ବାପା ଓ ଜେଜେ ମାଆଙ୍କୁ ଗିରଫ କରାଯାଇଥିବା ପୁଲିସ ନିକଟରୁ ସୂଚନା ମିଳିଛି। ଆଜି ଦୁଇ ଅଭିଯୁକ୍ତ ଙ୍କୁ ପୋଲିସ ଘଟଣା ସ୍ଥଳକୁ ନେଇ କ୍ରାଇମ୍ ସିନ ରୀକ୍ରେଶନ କରିବ ଓ ପରେ କୋର୍ଟକୁ ପଥେଇବ । ଅଭିଯୁକ୍ତ ପ୍ରକାଶ, ପନ୍ଦର ବର୍ଷ ତଳେ, ଖଣ୍ଡପଡା ଥାନା ବେଣାଗାଡିଆ ପଞ୍ଚାୟତ କୁଞ୍ଜପଲ୍ଲୀ ଗ୍ରାମ ଖଲେଶ୍ବର ନାୟକଙ୍କ ହିତୀୟ ଝିଅ କୁମ ଙ୍କୁ ବିବାହ କରିଥିଲେ। ବାହାଘର ପରେ ଦୁଇଟି ପୁଅ ହୋଇଥିଲା । ବିବାହ ପରଠାରୁ ସ୍ବାମୀ, ଶାଶୁ ଓ ଶଶୁର କୁମ ଙ୍କୁ ନିର୍ଯାତନା ଦେଇଥିଲେ । ନିର୍ଯାତନା ଅସହ୍ୟ ହେବାରୁ ତିନି ବର୍ଷ ପୂର୍ବେ ସ୍ତ୍ରୀ କୁମ ଦୌଡି ଦେଇ ଆତ୍ମହତ୍ୟା କରିଥିଲେ । ପୂର୍ବରୁ ବାପା ପ୍ରକାଶ ପରକିଆ ପ୍ରୀତି ଯୋଗୁଁ ଭୁବନେଶ୍ଵର ଲିଙ୍ଗିପୁର ପେଟ୍ରୋଲ ପମ୍ପ ଓ ପରେ ପଟିଆ କୋଏଲ କ୍ୟାମ୍ପସରେ କରିଥିବା ହୋଟେଲ ଭାଙ୍ଗି ଗାଁରେ ଆସି ରହୁଥିଲେ। ଏପରିକି ଗାଁରେ ମଧ୍ୟ ପରକିଆ ପ୍ରୀତି ରେ ପ୍ରକାଶ ଲିପ୍ତ ଥିଲେ । ଦିତୀୟ ବିବାହ କରିବାକୁ ପ୍ରସ୍ତାବ ଆସିବାରୁ ପ୍ରକାଶ, ଯୋଜନା କରି ଦୁଇ ପୁଅଙ୍କୁ ହତ୍ୟା କରିଥିଲେ । ଗାଁ ଡ୍ରାମା ରେ ଭଲ ଅଭିନୟ କରୁଥିବା ପ୍ରକାଶ ,ନିଜର ପାରକିଆ ପ୍ରୀତି ଯୋଗୁଁ ସ୍ବାମୀ ସ୍ତ୍ରୀ ମଧ୍ୟରେ ସବୁବେଳେ ଝଗଡା ଲାଗୁଥିଲେ । ଯାହାଦ୍ବାରା ସ୍ତ୍ରୀ ଆତ୍ମହତ୍ୟା କରିଥିଲେ । ଶେଷରେ ପିଶାଚ ପ୍ରକାଶ ନିଜର ଜନ୍ମ କଲା ଦୁଇ ପୁଅଙ୍କ ତଣ୍ଟିଚିପି ତାକୁ ଆତ୍ମହତ୍ୟା ର ରୂପ ଦେଇଥିଲା ।


