ନୟାଗଡ଼, ( ଶ୍ରେୟ ତରଙ୍ଗ ) : ପାହାଡ ଉପରେ ତିଆରି ଚାଲିଥିବା ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ଚ଼ଢ଼ର କରି ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକମାନେ ହେଲେ ରାଜେଶ କୁମାର ପ୍ରଧାନ (୨୭), ତପନ ପରିଡ଼ା (୨୫) ଓ ଗୋବର୍ଦ୍ଧନ ପରିଡ଼ା । ଏମାନଙ୍କ ନିକଟରୁ ପୁଲିସ ବିପୁଳ ପରିମାଣରେ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି । ଏହାସହ ଗୋଟିଏ ଦେଶ ବନ୍ଧୁକ ଓ ଦେଶି ପିସ୍ତଲ ଜବତ କରିଛି । ଗତବର୍ଷ ଏ ସମସ୍ତ ଅଭିଯୁକ୍ତ ମାନେ ଏହି ବନ୍ଧୁକ ତିଆରି କରିବା ଅଭିଯୋଗରେ ଗିରଫ ହୋଇଥିଲେ।

ଜାମିନରେ ଆସି ପୁଣିଥରେ ସେମାନେ ଏହି ଚୋରା ବେପାର ଆରମ୍ଭ କରୁଥିବା ଜାଣିବା ପରେ, ନୟାଗଡ ଏସଡିପିଓ ଙ୍କ ନେତୃତ୍ବରେ ଜିଲ୍ଲାର ବଛାବଛା ପୁଲିସ ଅଫିସରଙ୍କୁ ନେଇ ଏକ ଟିମ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏମାନଙ୍କ ଠାରୁ ବନ୍ଧୁକ କିଣି ଅପରାଧୀ ମାନେ ବିଭିନ୍ନ ପ୍ରକାର ଅପରାଧିକ୍ କାର୍ଯ୍ୟ ଘଟାଇ ଥାନ୍ତି । ଦୀର୍ଘଦିନ ଧରି ଏମାନଙ୍କ ଗତିବିଧି ଉପରେ ନଜର ରଖୁବା ପରେ ପୁଲିସ ଆଜି ଏ ସମସ୍ତଙ୍କୁ ଗିରଫ କରିଛି । ମୁଖ୍ୟ କୁହାଯାଇଥିବା ତପନର ବଡ଼ ଭାଇ ବିଭୂତି ପରିଡ଼ା (୨୬)ଙ୍କୁ ପୁଲିସ ଗିରଫ କରିବାକୁ ସକ୍ଷମ ହୋଇ ନାହିଁ ।

ଏ ସମସ୍ତେ ଦଶପଲ୍ଲା ମଧ୍ୟଖଣ୍ଡ ଅଞ୍ଚଳର ହୋଇଥିବା ବେଳେ ରାଜେଶର ଘର ଢିଅସାହିରେ ବୋଲି ଜଣାପଡିଛି ।

