ନୟାଗଡ଼, (ଶ୍ରେୟ ତରଙ୍ଗ): ନୟାଗଡ଼ ସଦର ଥାନା ଅନ୍ତର୍ଗତ ମାନ୍ଧାତାପୁର ଇଣ୍ଡିଆନ ବ୍ୟାଙ୍କରୁ ବନ୍ଧୁକ ମୁନରେ ବ୍ୟାଙ୍କ୍ କର୍ମଚାରୀ ଙ୍କୁ ଭୟଭୀତ କରି ଲୁଟ କରିଥିଲେ ଡକାୟତ ଦଳ । ଏହି ଘଟଣା ରେ ବ୍ୟାଙ୍କ୍ ମ୍ୟାନେଜର ଲିଖିତ ଅଭିଯୋଗ କରିବା ପରେ, ନୟାଗଡ଼ ଏସପି ଙ୍କ ନେତୃତ୍ୱ ରେ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା ।

୩ ଟି ବାଇକରେ ୬ ଜଣ ଡକାୟତ ବନ୍ଧୁକ ସହ ଆସି ପଶିଥିଲେ ବ୍ୟାଙ୍କ ମଧ୍ୟରେ । ପାଖାପାଖି ୨୭ ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟ୍ କରିଥିଲେ । ବ୍ୟାଙ୍କ କର୍ମଚାରୀଙ୍କ ସହ ବ୍ୟାଙ୍କରେ ଥିବା ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଲୁଟ କରି ସେହି ସ୍ଥାନ ରୁ ଫେରାର ହୋଇ ଯାଇଥିଲେ । ନୟାଗଡ଼ ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ , ଘଣ୍ଟାଏ ମଧ୍ୟରେ ଦୁଇଜଣ ଚୋରଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଆଉ ଚାରିଜଣ ଖସି ପଳାଇଥିଲେ । ପୋଲିସ ଏହି ଦୁଇ ଜଣଙ୍କୁ, ଜେରା କରିବା ପରେ ସ୍ଥାନୀୟ ଅଞ୍ଚଳର ଆଉ ଦୁଇ ଜଣ ଚୋରଙ୍କୁ ଧରିଥିଲେ ।

ଚୋର ଗ୍ୟାଙ୍କ ଠାରୁ, ଗୋଟିଏ ବନ୍ଧୁକ ସହ ୨୦ଲକ୍ଷ ୮୬ହଜାର ଟଙ୍କା ଜବତ କରାଯାଇଛି । ଓଡ଼ିଶାର ବିଭିନ୍ନ ଥାନା ରେ ଏମାନଙ୍କ ନାମରେ ୨୦ ରୁ ଅଧିକ ମାମଲା ରହିଛି । ଏହି ଘଟଣା ରେ ସଂପୃକ୍ତି ଅନ୍ୟ ଦୁଇ ଚୋରଙ୍କୁ ଖୁବ୍ ଶୀଘ୍ର ଧରା ହେବ ବୋଲି ନୟାଗଡ଼ ଏସପି ଏସ୍ ସୁଶ୍ରୀ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ।

