୨୦୧୯ ଫ୍ରେବୁଆରୀ ୧୪ ତାରିଖ , ସିଆରପିଏଫ୍ (CRPF) ଯବାନ ମାନେ ଯାଉଥିବା ବସ୍ ଗୁଡ଼ିକ ଧାଡ଼ି ଧାଡ଼ି ହୋଇ ବାହାରିଥିଲା । ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଏକ ପ୍ରତିରକ୍ଷା ବାହିନୀ ଗାଡ଼ିକୁ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ଦ୍ବାରା ଅବନ୍ତିପୁରା ନିକଟସ୍ଥ ଲେଥପୋରା, ପୁଲୱାମା ଜିଲ୍ଲା, ଜମ୍ମୁ ଓ କାଶ୍ମୀରଠାରେ ଆକ୍ରମଣ କରାଯାଇଥିଲା । ଏଥିରେ ୪୬ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିଲେ । ଏଥିସହ ବିସ୍ଫୋରଣ ଘଟେଇଥିବା ଆତତାୟୀ ର ମଧ୍ୟ ମୃତ୍ୟୁ ଘଟିଥିଲା । ଏହି ଆକ୍ରମଣକୁ ପାକିସ୍ତାନରେ ଥିବା ଏକ ଇସଲାମ ସଙ୍ଗଠନ, ଜୈଶ-ଏ-ମହମ୍ମଦ ଘଟାଇବା ଦାବି କରିଥିଲା । ଆତଙ୍କବାଦ ଆକ୍ରମଣରେ ଶହୀଦ ହୋଇଥିବା ୪୬ ଜଣ ସୈନ୍ୟ ମାନଙ୍କ ଭିତରେ ଦୁଇ ଓଡ଼ିଆ ଯବାନ ଥିଲେ ।

ପୁଲୱାମା ଆକ୍ରମଣ ପରେ , ଭାରତ ବର୍ଷର କୋଟି କୋଟି ଜନ ସାଧାରଣ ନିରବି ଯାଇଥିଲେ । କାହା ମୁହଁରେ ଭାଷା ନଥିଲା, ସମସ୍ତଙ୍କ ଆଖିରେ ଅଶ୍ରୁ ର ବନ୍ୟା । କାନ୍ଦବୋବାଳି ରେ ଫାଟି ପଡୁଥିଲା, ପ୍ରତ୍ୟେକ ଯବାନ ଙ୍କ ପରିବାର । କଳା ବାଦଲ ଢାଙ୍କି ହୋଇପଡ଼ିଥିଲା ଭାରତ ମା ଉପରେ । ଏହି ଆତ୍ମଘାତୀ ବିସ୍ଫୋରଣ ଏତେ ଭୟଙ୍କର ଥିଲା, ସହିଦ ଯବାନ ମାନଙ୍କର କ୍ଷତ ବିକ୍ଷତ ଶରୀର କୁ ଚିହ୍ନିବା କଷ୍ଟ କର ହୋଇ ପଡ଼ିଥିଲା । ଏପରିକି ଯବାନ ମାନେ ଯାଉଥିବା ବସ୍ ର ମଧ୍ୟ ଚିହ୍ନ ବର୍ଣ୍ଣ ନଥିଲା । ଏହି ଘଟଣା ର ଭୟାଭୟ କୁ ଦେଖି ସମଗ୍ର ବିଶ୍ଵ ନିନ୍ଦା କରିଥିଲା ପାକିସ୍ତାନ କୁ । ଆତଙ୍କବାଦୀ କୁ ନିନ୍ଦା କରିଥିଲେ ବିଶ୍ଵର ବଡ ବଡ ଦେଶ ମହାଦେଶ ।


ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଭାରତ ବ୍ୟାପି ଆନ୍ଦୋଳନ ଦେଖା ଯାଇଥିଲା । ଶୋଭା ଯାତ୍ରା, ,ପ୍ରତିବାଦ ର ସ୍ଵର ଦିଲିଁରୁ ପଲ୍ଲୀ ଯାଏଁ ଦେଖା ଦେଇଥିଲା । ଭାରତ ବାହାରେ ଥିବା କୋଟି କୋଟି ଭାରତୀୟ ମଧ୍ୟ ଏହି ଆକ୍ରମଣ କୁ ନିନ୍ଦା କରିବା ସହ ପ୍ରତିବାଦ ର ସ୍ଵର ଉଠେଇଥିଲେ । ସମସ୍ତ ରାଜନୈତିକ ଦଳ ମଧ୍ୟ ଏହି ଘଟଣା କୁ ନିନ୍ଦା କରିଥିଲେ । ସମସ୍ତଙ୍କ ହୃଦୟରେ, କେବଳ କୋହ, ଅଶ୍ରୁ ର ବନ୍ୟା,, ଆଉ ଆତଙ୍କବାଦ ବିରୁଦ୍ଧ ରେ ପ୍ରତିହିଂସା ର ସ୍ଵର ।

ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲାରେ ଆତଙ୍କବାଦୀମାନେ ଘଟାଇଥିବା ଆତ୍ମଘାତୀ ବିସ୍ଫୋରଣରେ ୨ଜଣ ଓଡିଆ ଯବାନ ସହିଦ ହୋଇଥିଲେ । ଦୁଇ ଜଣ ଯବାନ ହେଲେ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରା। ପ୍ରସନ୍ନ କୁମାର ସାହୁଙ୍କ ଘର ଜଗତସିଂହପୁର ଜିଲା ନାଉଗାଁ ଓ ମନୋଜ କୁମାର ବେହେରାଙ୍କ ଘର କଟକ ଜିଲା ନିଆଳି ରତନପୁରର । ଲକ୍ଷ ଲକ୍ଷ ଓଡ଼ିଆ ଙ୍କ ଆଖିରେ ଥିଲା ଲୁହ । ଦୁଇ ଓଡିଆ ଯବାନ ଙ୍କ ପାର୍ଥିବ ଶରୀର ଆସି ପହଞ୍ଚିଥିଲା ଭୁବନେଶ୍ବର ବିମାନ ବନ୍ଦର ରେ । ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଥିଲା ଗାର୍ଡ ଅଫ ଅନର । କାନ୍ଦି ଉଠିଥିଲା ପବିତ୍ର ଉତ୍କଳ ଭୂଇଁ । ଅଜି ମଧ୍ୟ ମନେପଡ଼େ ସେଦିନର ସେହି ଆତଙ୍କ ବିସ୍ଫୋରଣ ର ଛତିଥରା ଦୃଶ୍ୟ। ଶ୍ରେୟ ତରଙ୍ଗ ପରିବାର ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସହିଦ ବୀର ଯବାନ ମାନଙ୍କୁ ଓ ସେମାନଙ୍କ ପରିବାର ପ୍ରତି ସମବେଦନା । ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁ,, ଅସୀମ ଧର୍ଯ୍ୟ, ସାହସ ଓ ଶକ୍ତି ଦିଅନ୍ତୁ ପରିବାର କୁ । ଦେଶ ମାତୃକା ର ସେବା, କୋଟି କୋଟି ଭାରତୀୟ ଙ୍କ ସୁରକ୍ଷାପାଇଁ ନିଜ ଜୀବନ କୁ ଉତ୍ସର୍ଗୀକୃତ କରିଛନ୍ତି ସେହି ମହାନ୍ ଆତ୍ମା ବୀର ଯବାନ । ମଥାନତ ଶତକୋଟି ପ୍ରଣାମ ।


