ଦଶପଲ୍ଲା, ସତସଙ୍ଗ ମନ୍ଦିର ପରିସର ରେ ପୂଜ୍ୟ ଅବିନ ଦା ଙ୍କ ୨୫ ତମ ଜନ୍ମ ଉତ୍ସବ ପାଳନ ହୋଇଯାଇଛି । ସନ୍ଧ୍ୟାରେ ଶ୍ରୀ ମନ୍ଦିର ରେ, ପୂଜା ପ୍ରାର୍ଥନା, ସନ୍ଧ୍ୟା ଆଳତି ହୋଇଥିଲା । ପରେ ସନ୍ଧ୍ୟା ସାତ ଘଟିକା ସମୟରେ ଯୁବ ସତସଙ୍ଗି ଭାଇ ମାନେ ସତସଙ୍ଗ ର ଆୟୋଜନ କରିଥିଲେ । ପ୍ରାର୍ଥନା, ସଦ୍ ଗ୍ରନ୍ଥ ପାଠ, ପରେ ଭଜନ କୀର୍ତ୍ତନ ହୋଇଥିଲା । ଯୁବ ଗୁରିଭାଇ ମାନେ ଠାକୁର୍ ଙ୍କୁ ଜୀବନ ରେ ଗ୍ରହଣ କରି ଅନୁଭବ ର କଥା ସୁନ୍ଦର ଭାବରେ ଆଲୋଚନା କରିଥିଲେ । ପରେ ଆତସବାଜି ପ୍ରଦର୍ସନ ହୋଇଥିଲା । ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିଲା। ଶତାଧିକ ଗୁରୁ ଭାଇ ଓ ମା ମାନେ ସତସଙ୍ଗ ରେ ଯୋଗ ଦେଇଥିଲେ । ଦଶପଲ୍ଲା ସତସଙ୍ଗ ମନ୍ଦିର ରେ ପ୍ରଥମ ଥର ପାଇଁ ଯୁବକ ଗୁରୀଭାଇ ମାନେ ସତସଙ୍ଗ ର ଆୟୋଜନ। କରିଥିଲେ ।

